www.samajalive.in
Thursday, December 11, 2025
16.1 C
Bhubaneswar

ଅନିଶ୍ଚିତତାରେ ବିଶ୍ବସ୍ତରୀୟ ଫିଲ୍ମସିଟି

ଭୁବନେଶ୍ବର : ଓଡ଼ିଶାରେ ହେବ ବିଶ୍ବସ୍ତରୀୟ ଫିଲ୍ମସିଟି। କେବଳ ଓଲିଉଡ ନୁହେଁ ବଲିଉଡ ସମେତ ଅନ୍ୟ ରାଜ୍ୟ ଚଳଚ୍ଚିତ୍ର ଶିଳ୍ପକୁ ଯୋଡ଼ିବାର ଯୋଜନା ହୋଇଥିଲା। ଜଣାଶୁଣା ଚଳଚ୍ଚିତ୍ର ନିର୍ଦେଶକ ସୁଜୟ ମୁଖାର୍ଜୀ ଚିଲିକା ନିକଟରେ ଏକ ବିଶ୍ବସ୍ତରୀୟ ଫିଲ୍ମସିଟି କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଆସି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା ପରେ ଚିଲିକା ପରିଦର୍ଶନ କରି ଜାଗା ଦେଖିଥିଲେ। ଏନେଇ ସେ ନୀଳନକ୍ସା ପ୍ରସ୍ତୁତି ସହିତ ୨୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରି ମୋଟ ୬୫୦ ଏକର ଜାଗାରେ ଫିଲ୍ମସିଟି ନିର୍ମାଣ ପାଇଁ ଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି କାର୍ଯ୍ୟ ଅାଗକୁ ନେବାକୁ ସ୍ଥିର ହୋଇଥିଲା। କେବଳ ଶ୍ରୀ ମୁଖାର୍ଜୀ ନୁହନ୍ତି, ଏହାପୂର୍ବରୁ ମଧ୍ୟ ମେକ୍‌ ଇନ ଓଡ଼ିଶାରେ ମଧ୍ୟ ଫିଲ୍ମସିଟି ଉପରେ ଆଲୋଚନା କରାଯାଇଥିଲା। କିଛି ନିର୍ମାତା ଚିଲିକା ଅଞ୍ଚଳ ପରିଦର୍ଶନ କରିଥିଲେ। ତେବେ ଦୁଇ ବର୍ଷ ଧରି ସାରା ବିଶ୍ବକୁ କରୋନା କବଳିତ କରିଥିବା ବେଳେ ଏହାରି ଭିତରେ ପ୍ରସ୍ତାବିତ ଫିଲ୍ମସିଟିକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାରେ ଚିଲିକାଠାରେ ବିଶ୍ବସ୍ତରୀୟ ଫିଲ୍ମସିଟି ନିର୍ମାଣ ନେଇ ପ୍ରସ୍ତୁତ ହୋଇଥିଲା ଯୋଜନା। ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଥିଲା। ଆସନ୍ତା ୪ବର୍ଷ ମଧ୍ୟରେ ଚଳଚ୍ଚିତ୍ର ସୁଟିଂରୁ ଆରମ୍ଭ କରି ପ୍ରି ଏବଂ ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ କରିବା ନେଇ କ୍ଷେତ୍ର ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ଚଳଚ୍ଚିତ୍ର ନିର୍ଦେଶକ ଶ୍ରୀ ମୁଖାର୍ଜୀ ଫିଲ୍ମସିଟି ଉପରେ ତଦାରଖ ପାଇଁ ଓଡ଼ିଶାରେ ଏକ ଦଳ ଗଠନ କରିଥିଲେ। ଏନେଇ ଜଣେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦିଆଯାଇଥିଲା, ହେଲେ ଏସବୁ ଏବେ ଯୋଜନାରେ ହିଁ ରହିଯାଇଛି। ଜଣେ ବରିଷ୍ଠ ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି, ଓଡ଼ିଶା ପାଇଁ ଏହା ଥିଲା ଏକ ସୁବର୍ଣ୍ଣ ସୁଯୋଗ କିନ୍ତୁ ତା’ର ଏବେ କୌଣସି ଖୋଜ ଖବର ନାହିଁ। ଯାହାକୁ ଏଠାରେ ନିଯୁକ୍ତି ଦିଆଯାଇଥିଲା ସେ ମଧ୍ୟ ଏଦିଗରେ ତତ୍ପର ନାହାନ୍ତି। ବର୍ତ୍ତମାନ ପରିସ୍ଥିତି ଅନୁଧ୍ୟାନ କଲେ ଲାଗୁନି ଓଡ଼ିଶାରେ ଏହି ପରିକଳ୍ପନା ସାକାର ରୂପ ନେବ। ପ୍ରସ୍ତାବିତ ଫିଲ୍ମସିଟି ପାଇଁ ଅନେକ ଯୋଜନା ରହିଥିଲା। ବିଭିନ୍ନ ରାଜ୍ୟ ତଥା ଦେଶର ଐତିହ୍ୟ, କୀର୍ତ୍ତିରାଜି ସହିତ ମୁଖ୍ୟ ଆକର୍ଷଣ, ବସ୍‌ ରହଣି ସ୍ଥଳ, ବିମାନବନ୍ଦର, ରେଳ ରହଣିସ୍ଥଳ ଆଦି ରହିଥାନ୍ତା। ହାଇଦରାବାଦର ରାମୋଜୀ ଫିଲ୍ମ ସିଟିଠାରୁ ମଧ୍ୟ ଏହାକୁ ଅଧିକ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେଲିବ୍ରିଟିଙ୍କ ନିମନ୍ତେ ଶହେଟି ଆବାସିକ ଘର ସହ ସେମାନଙ୍କୁ ଏଠାରେ ରହିବାକୁ ସୁଯୋଗ ଦିଆଯାଇଥାନ୍ତା। ଫଳରେ ଦର୍ଶକ ଫିଲ୍ମସିଟି ବୁଲିବା ସହିତ କଳାକାରଙ୍କ ସହ ମିଶିବେ ଏବଂ ସୁଟିଂ ଦେଖିବା ନେଇ ପ୍ରସ୍ତାବ ରହିଥିଲା।
ବିଶ୍ବସ୍ତରୀୟ ଫିଲ୍ମସିଟି ଓଡ଼ିଶା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଥାନ୍ତା। କିନ୍ତୁ ଏହି ଯୋଜନା ଆଗକୁ ନେବା ଦିଗରେ ସରକାରଙ୍କ ଆନ୍ତରିକତାର ଅଭାବ ରହିଥିବା ଅନ୍ୟଜଣେ ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories