www.samajalive.in
Thursday, December 11, 2025
13.1 C
Bhubaneswar

ୟୁକ୍ରେନ୍‌ ମାମଲାରେ ରୁଷିଆ ରାଷ୍ଟ୍ରପତିଙ୍କ ୭ ପରାମର୍ଶଦାତା

n ରୁଷିଆର ସଙ୍ଘୀୟ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ (୬୬)। ରାଷ୍ଟ୍ରପତିଙ୍କ ୟାଙ୍କର ପ୍ରଭାବ ସର୍ବାଧିକ। କ୍ରିମିଆ ଅଭିଯାନ ୟାଙ୍କ ପରାମର୍ଶରେ ହୋଇଥିଲା। ଏବେ ୟୁକ୍ରେନ୍‌ ଅଭିଯାନର ମୁଖ୍ୟ। ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କୁ ୨୦୨୦ରେ ସେ ହତ୍ୟା ଉଦ୍ୟମ କରିଥିବା କୁହାଯାଏ।

ସେନାମୁଖ୍ୟ ତଥା ଉପ-ପ୍ରତିରକ୍ଷା ମନ୍ତ୍ରୀ ଭାଲେରୀ ଗେରାସିମୋଭ (୬୬)। ସାମ୍ପ୍ରତିକ ଯୁଦ୍ଧର ପ୍ରସ୍ତୁତି ତାଙ୍କ ଦ୍ବାରା ହୋଇଛି।

- Advertisement -

ସୁରକ୍ଷା ଓ ଗୁଇନ୍ଦା ଅଧିକାରୀ ତଥା ରାଜନେତା ନିକୋଲାଇ ପ୍ଲାଟୋନୋଭିଚ୍‌। ରାଷ୍ଟ୍ରପତିଙ୍କର ଏକାନ୍ତ ଅନୁଗତ। କେଜିବିରେ ଏକଦା ଉଭୟ କାମ କରୁଥିଲେ।

ସଂଘୀୟ ସୁରକ୍ଷା ନିର୍ଦେଶକ ଆଲେକ୍‌ଜାଣ୍ଡାର ବୋର୍ଟନିଖୋଭ (୭୦)। କେଜିବି ସମୟରୁ ରାଷ୍ଟ୍ରପତିଙ୍କ ସହ ସମ୍ପର୍କ।


ବୈଦେଶିକ ଗୁଇନ୍ଦା ନିର୍ଦେଶକ ସର୍ଗେଇ ନାରିସ୍କିନ୍‌ (୬୭)। ବ୍ୟବସାୟୀ ତଥା ରାଜନେତା ଦେଶର ହିଷ୍ଟୋରିକାଲ ସୋସାଇଟି ମୁଖ୍ୟ ଏବଂ ସଂସଦର ବାଚସ୍ପତି। ସେ ସର୍ବଦା ରାଷ୍ଟ୍ରପତିଙ୍କ ସହ ଛାଇ ପରି ଲାଗି ରହିଥାଆନ୍ତି। ରାଷ୍ଟ୍ରପତିଙ୍କ ବିରୋଧୀଙ୍କୁ ରାସ୍ତାରୁ ହଟାଇବା କାମ ସେ କରନ୍ତି।

 ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଲାଭରୋଭ। ସେ ଦେଶର ବରିଷ୍ଠ ପ୍ରଶାସକ ତଥା କୂଟନୀତିଜ୍ଞ। ରାଷ୍ଟ୍ରପତିଙ୍କ ମୁହଁ ଭାବେ ଏବଂ ସବୁଠୁ ବୟସ୍କ ପରାମର୍ଶଦାତା ପରିଚିତ।

ପରାମର୍ଶଦାତା ଭାଲେଣ୍ଟିନା ମାତ୍ବିୟେଙ୍କୋ (୭୨)। ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମଣ୍ଡଳୀରେ ଏକମାତ୍ର ମହିଳା। କ୍ରିମିଆ ମିଶ୍ରଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ସେ ସଂଘୀୟ ପରିଷଦର ମୁଖ୍ୟ ଅଛନ୍ତି।

ଏମାନେ ସମସ୍ତେ ରୁଷିଆର ୩୦ଜଣିଆ ନିରାପତ୍ତା ପରିଷଦ ସଦସ୍ୟ। ଏହି ୩୦ଜଣଙ୍କ ସହ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯେତକି ଘନିଷ୍ଠ, ସେହି ପରିମାଣରେ ଦୁରତା ମଧ୍ୟ ରକ୍ଷା କରନ୍ତି। ଅନେକ ଫଟୋରୁ ଏହା ସ୍ପଷ୍ଟ ହୋଇଥାଏ। ଏହି ପରାମର୍ଶଦାତା ମଣ୍ଡଳୀକୁ କୁହାଯାଏ ‘ସିଲୋଭିକି’ ବା ଷ୍ଟଙ୍ଗମ୍ୟାନ୍‌ ବା ପ୍ରଭାବଶାଳୀ। ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ ସେଣ୍ଟ ପିଟର୍ସବର୍ଗର ତିନି ବନ୍ଧୁ ଅଛନ୍ତି; ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୭୦ ବର୍ଷୀୟ ଗୁଇନ୍ଦା ଅଧିକାରୀ ନିକୋଲାଇ ପାତ୍ରୁସେଭ୍‌।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories