www.samajalive.in
Wednesday, December 10, 2025
18.1 C
Bhubaneswar

ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେବା ତାଲିକାର ଦ୍ବିତୀୟ ସ୍ଥାନରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ

ମୋହାଲି  : କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ କୀର୍ତ୍ତିମାନକୁ ଭାରତର ଅନ୍ୟତମ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟପିବାରେ ସଫଳ ହୋଇଛନ୍ତି। କପିଳ ଦେବଙ୍କ ୪୩୪ ଟେଷ୍ଟ ୱିକେଟକୁ ଅଶ୍ବିନ ପଛରେ ପକାଇ ଦେଇଛନ୍ତି। ଏଥିସହିତ ଅଶ୍ବିନ ୮୫ତମ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମୋହାଲିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୩୫ ବର୍ଷୀୟ ଅଶ୍ବିନ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ମୋହାଲି ଟେଷ୍ଟ ପୂର୍ବରୁ ଅଶ୍ବିନ ଟେଷ୍ଟ କ୍ରିକେଟରେ ୪୩୦ଟି ୱିକେଟ ନେଇଥିଲେ। କପିଳ ଦେବଙ୍କ କୀର୍ତ୍ତିମାନକୁ ଟପିବା ଲାଗି ଅଶ୍ବିନଙ୍କୁ ଆଉ ୫ଟି ୱିକେଟ ଆବଶ୍ୟକତା ଥିଲା। ଅଶ୍ବିନ ପ୍ରଥମ ଇନିଂସରେ ୨ଟି ଓ ଦ୍ବିତୀୟ ଇନିଂସରେ ୪ଟି ୱିକେଟ ନେଇଥିଲେ। ଏଥିସହିତ ଅଶ୍ବିନଙ୍କ ୱିକେଟ ସଂଖ୍ୟା ୪୩୬ରେ ପହଞ୍ଚିଛି। କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବ ୧୩୧ଟି ଟେଷ୍ଟ ମ୍ୟାଚରୁ ୪୩୪ଟି ୱିକେଟ ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୱିକେଟ ନେବା ତାଲିକାରେ ଅନୀଲ କୁମ୍ବଲେଙ୍କ ୬୧୯ଟି ୱିକେଟ ରହିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories