www.samajalive.in
Monday, December 8, 2025
14.1 C
Bhubaneswar

ବଜାର ଏବଂ ଇସ୍ପାତ୍‍ ଉତ୍ପାଦକଙ୍କ ମଧ୍ୟରେ ଦୂରତା ହ୍ରାସ ଘରୋଇ ଇସ୍ପାତ କ୍ଷେତ୍ରକୁ ନୂତନ ଶିଖରକୁ ନେବ : ଧର୍ମେନ୍ଦ୍ର ପ୍ରଧାନ

-ଘରୋଇ ଶିଳ୍ପରେ ଉତ୍ପାଦିତ ଇସ୍ପାତର ବ୍ୟବହାରକୁ ପ୍ରୋତ୍ସାହନ ଦେବାରେ ରେଳ ଏବଂ ପ୍ରତିରକ୍ଷା ବିଭାଗର ଭୂମିକା ମହତ୍ୱପୂର୍ଣ୍ଣ
-ଏହି କର୍ମଶାଳା ଶୂନ୍ୟ ଇସ୍ପାତ ଆମଦାନୀ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ
-“ହର୍‍ କାମ୍‍ ଦେଶ କେ ନାମ”ର ଭାବନାରେ ପ୍ରେରିତ ହୋଇ ସଦୃଢ ନୂଆ ଭାରତ ଗଠନ କରିବା ଦିଗରେ କାର୍ଯ୍ୟ କରିବା 
-ଇସ୍ପାତ ଶିଳ୍ପକୁ ଟେକ୍ନୋଲୋଜି ରୂପରେ ପ୍ରଗତିଶୀଳ କରିବ ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ର
-ଇସ୍ପାତ୍‍ ଉତ୍ପାଦନରେ ଅଧିକ ମୂଲ୍ୟ ଲାଗିବା କାରଣରୁ ବିଶ୍ୱ ଇସ୍ପାତ୍‍ ଶିଳ୍ପ ଚିନ୍ତାରେ
-ଦେଶର ଇସ୍ପାତ ଶିଳ୍ପମାନେ ଇସ୍ପାତ ଶିଳ୍ପର କଞ୍ଚାମାଲର ରପ୍ତାନୀକୁ ହ୍ରାସ କରିବା ତଥା ଉତ୍ପାଦନ ମୂଲ୍ୟ ସ୍ଥିର କରିବା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : ବଜାର ଏବଂ ଇସ୍ପାତ୍‍ ଉତ୍ପାଦକଙ୍କ ମଧ୍ୟରେ ଦୂରତା ହ୍ରାସ ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି କର୍ମଶାଳାର ପ୍ରସଙ୍ଗ ଥିଲା ଭାରତ ଇସ୍ପାତ : ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଇସ୍ପାତର ବ୍ୟବହାରକୁ ବଢାଇବା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ଶିଳ୍ପରେ ଉତ୍ପାଦିତ ଇସ୍ପାତର ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ରର ଭୂମିକା ମହତ୍ୱପୂର୍ଣ୍ଣ। ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ୍‍ ମନ୍ତ୍ରଣାଳୟର ଏହି ପ୍ରମୁଖ କ୍ଷେତ୍ରର ଅଂଶୀଦାରମାନଙ୍କୁ ସାମିଲ କରାଯାଇଛି। ଏହି କର୍ମଶାଳା ଶୂନ୍ୟ ଇସ୍ପାତ ଆମଦାନୀ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଯେ, ଆମକୁ ଇସ୍ପାତି ଇରାଦା ନେଇ ଆଗକୁ ବଢିବା ସହ ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ସ୍ତରକୁ ନେବା ପାଇଁ ସାମୂହିକ ଭାବରେ ବଜାର ଏବଂ ଇସ୍ପାତ୍‍ ଉତ୍ପାଦକଙ୍କ ମଧ୍ୟରେ ଥିବା ଦୂରତାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। “ହର୍‍ କାମ୍‍ ଦେଶ କେ ନାମ”ର ଭାବନାରେ ପ୍ରେରିତ ହୋଇ ଆମକୁ ସଦୃଢ ଓ ନୂଆ ଭାରତ ଗଠନ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଋଣନୈତିକ ନିହିତାର୍ଥ ସତ୍ୱେ ମଧ୍ୟ ରେଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଇସ୍ପାତ ବ୍ୟବହାର ଅର୍ଥନୀତିକୁ ସୁଦୃଢ କରିବ। ଏହାସହ ଏହି ଦୁଇ ପ୍ରମୁଖ କ୍ଷେତ୍ର ଆଗାମୀ ଦିନରେ ନିଯୁକ୍ତି ସୃଷ୍ଟି କରିବା ସହ ଇସ୍ପାତ ଉଦ୍ୟୋଗକୁ ଟେକ୍ନୋଲୋଜି ଭାବରେ ପ୍ରଗତିଶୀଳ କରାଇ ବିଶ୍ୱ ପ୍ରତିଯୋଗୀତାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।
ସଂପ୍ରତି ଇସ୍ପାତ୍‍ ଉତ୍ପାଦନରେ ଅଧିକ ମୂଲ୍ୟ ଲାଗିବା କାରଣରୁ ବିଶ୍ୱ ଇସ୍ପାତ୍‍ ଶିଳ୍ପ ଚିନ୍ତାରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଇସ୍ପାତ ଶିଳ୍ପମାନେ ଇସ୍ପାତ ଶିଳ୍ପର କଞ୍ଚାମାଲର ରପ୍ତାନୀକୁ ହ୍ରାସ କରିବା ତଥା ଉତ୍ପାଦନ ମୂଲ୍ୟରେ ସ୍ଥିର କରିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜିର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା କର୍ମଶାଳା ପ୍ରତିରକ୍ଷା ଏବଂ ରେଳ ଭଳି ଋଣନୈତିକ କ୍ଷେତ୍ରରେ ସ୍ୱତନ୍ତ୍ର ଇସ୍ପାତର ଆବଶ୍ୟକତାକୁ ବିଶ୍ଳେଷଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହାସହ ମେକ୍‍ ଇନ୍‍ ଇଣ୍ଡିଆରେ ଇସ୍ପାତ୍‍ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ଓ ଦେଶର ପ୍ରମୁଖ କ୍ଷେତ୍ରରେ ସ୍ୱଦେଶୀ ଭାବରେ ପ୍ରସ୍ତୁତ ଉଚ୍ଚମାନ ଯୁକ୍ତ ଇସ୍ପାତ ଉତ୍ପାଦକୁ ବଢାଇବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖନୀୟ ଯେ, ଏହି କର୍ମଶାଳାରେ ଭାରତୀୟ ସେନାର ବିଭିନ୍ନ କ୍ଷେତ୍ରର ପ୍ରତିନିଧି ମଣ୍ଡଳି ଏବଂ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories