www.samajalive.in
Saturday, December 13, 2025
21.1 C
Bhubaneswar

ବିନା ସୁରକ୍ଷାରେ ଚାଲିଛି ଉଚ୍ଚତାସମ୍ପନ୍ନ ବ୍ରିଜ ନିର୍ମାଣ, ରେଲଓ୍ବେର ଚେତା ପଶୁନି

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ପ୍ୟାକେଜ-୩ ଅର୍ନ୍ତଗତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କଂରଜକଟା ନିକଟରେ ଉଚ୍ଚତାସମ୍ପନ୍ନ ରେଳ ଓଭରବ୍ରିଜ ନିର୍ମାଣ କାମ ଜାରିରହିଛି । ମାତ୍ର  ଶ୍ରମିକଙ୍କ ସୁରକ୍ଷାକୁ ପଛରେ ପକାଇ ବିନା ସେଫ୍ଟି ନେଟ୍‌ରେ ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ଗାର୍ଡର ପଡ଼ିଥିବା ଉଚ୍ଚତା ସମ୍ପନ୍ନ ବ୍ରିଜ ଉପରେ ଶ୍ରମିକମାନେ ଚଳପ୍ରଚଳ କରି କାମ କରୁଥିବାବେଳେ ତଳେ ସେମାନଙ୍କ ସୁରକ୍ଷା ପାଇଁ ସେଫ୍ଟି ନେଟ କାହିଁକି ଲଗାଯାଇ ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରମିକ ବ୍ୟକ୍ତିଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ୨ମିଟରରୁ ଅଧିକ ଉଚ୍ଚତା ସମ୍ପନ୍ନ ନିର୍ମାଣ କାର୍ଯ୍ୟ ସମୟରେ ସେଫ୍ଟିନେଟ, ଲାଇଫ ଲାଇନ, ସେଫ୍ଟି ବେଲ୍ଟ, ଜ୍ୟାକେଟ, ହେଲମେଟ, ଜୋତା ଭଳି ଉପକରଣ ବ୍ୟବହାର ପାଇଁ କଡା ପ୍ରାବଧାନ ରହିଛି । ହେଲେ ଏତେବଡ ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ସମୟରେ ଶ୍ରମିକ ସୁରକ୍ଷା ପ୍ରତି ଅଣଦେଖା କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସର୍ମ୍ପକରେ ନିର୍ମାଣ ଦାୟିତ୍ୱରେ ଥିବା ରେଲଓ୍ବେ ମୁଖ୍ୟଯନ୍ତ୍ରୀ ଅଜୟ କୁମାର ସାମଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ସମସ୍ତେ ସୁରକ୍ଷା ଉପକରଣ ପିନ୍ଧି କାମ କରୁଛନ୍ତି । ଏ ପର୍ଯ୍ୟନ୍ତ ସେଫ୍ଟି ନେଟ କାହିଁକି ଲଗାଗଲା ନାହିଁ ପଚାରିବାରୁ ନେଟ ଲଗାଇଲେ କାମ କରିହେଉନାହିଁ, ଆମେ ଏ ଦିଗରେ କଡା ଦୃଷ୍ଟି ଦେଉଛୁ ବୋଲି କହିଥିଲେ।

- Advertisement -

ସୂଚନାଯୋଗ୍ୟ, ବିନା ସୁରକ୍ଷା ଉପକରଣରେ ଶ୍ରମିକଙ୍କ ଦ୍ୱାରା ଉଚ୍ଚତାସମ୍ପନ୍ନ ବ୍ରିଜ ନିର୍ମାଣ ଚାଲିଥିବା ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ଶ୍ରମିକମାନେ ହେଲମେଟ, ଜ୍ୟାକେଟ ଆଦି ଉପକରଣ ପିନ୍ଧି କାମକଲେ। ଏହା ସହିତ ଏକମାତ୍ର ପିଲାରରେ ସେଫ୍ଟି ନେଟ ଲଗାଯାଇଥିବା ଦେଖିବାକୁ ମିଳିଛି। ମାତ୍ର ପିଲାର ଉପରେ ଗାର୍ଡର ପଡିସାରିଥିବା ସେତୁରେ ଏଯାବତ୍ ସେଫ୍ଟି ନେଟ୍ ଲାଗି ନ ଥିବା ଢିଲା ସୁରକ୍ଷାକୁ ପଦାରେ ପକାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories