www.samajalive.in
Sunday, December 7, 2025
26.1 C
Bhubaneswar

ଓ୍ବାର୍କ ଫ୍ରମ ହୋମ ପାଇଁ ଟେଲିକମ କମ୍ପାନୀଙ୍କ ନୂତନ ଡାଟା ପ୍ଲାନ

ନୂଆଦିଲ୍ଲୀ : କରୋନା ମହାମାରୀ ପରେ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରାୟ ସମସ୍ତଲୋକେ ଘରୁ କାମ କରୁଛନ୍ତି। ଘରୁ କାମ କରିବା ପାଇଁ ଇଣ୍ଟରନେଟ୍, ବିଦ୍ୟୁତ୍ ଏବଂ ଲାପଟପ୍ ହେଉଛି ପ୍ରଥମ ଆବଶ୍ୟକ । ଏହି ତିନୋଟି ମଧ୍ୟରୁ ଇଣ୍ଟରନେଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏପରି କରୋନା ମହାମାରୀ ସମୟରେ ବିଭିନ୍ନ ଟେଲିକମ କମ୍ପାନୀ ନୂତନ ଡାଟା ପ୍ଲାନ ଆଣିଛନ୍ତି ।

୨୪୯ ଜିଓ ପ୍ଲାନ : ଏହି ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୨ଜିବି ଡାଟା ଏବଂ ୧୦୦ ଏସଏମଏସ ପାଇବେ । ଏଥିସହ କମ୍ପାନୀ ଅନ୍ୟ ନେଟୱାର୍କକୁ କଲ କରିବାକୁ ଗ୍ରାହକଙ୍କୁ ୧୦୦୦ ମିନିଟ ପ୍ରଦାନ କରୁଛି । ଏହା ବ୍ୟତୀତ, ଉପଭୋକ୍ତାମାନେ ମାଗଣାରେ ଜିଓର ପ୍ରିମିୟମ୍ ଆପ୍ସର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ପ୍ୟାକର ବୈଧତା ୨୮ ଦିନ ଅଟେ ।

- Advertisement -

୪୪୪ ଟଙ୍କା ପାଇଁ ଜିଓ ପ୍ଲାନ : ଏହି ଯୋଜନାରେ ଆପଣ ପ୍ରତିଦିନ ୨ଜିବି ଡାଟା ସହ ସମୁଦାୟ ୧୧୨ ଜିବି ଡାଟା ମିଳିବ । ଅନ୍ୟ ନେଟଓ୍ବାର୍କକୁ କଲ୍ କରିବା ପାଇଁ ଆପଣଙ୍କୁ ୨,୦୦୦ ମିନିଟ୍ ଦିଆଯାଇଛି । ଉପଭୋକ୍ତାମାନେ ଜିଓ-ଟୁ-ଜିଓ ଉପରେ ଅସୀମିତ କଲିଂ କରିବାକୁ ସମର୍ଥ ହେବେ । ଏଥିସହ ଯୋଜନାରେ ପ୍ରତିଦିନ ୧୦୦ ଏସଏମସ ସହିତ ଜିଓ ଆପର ପ୍ରିମିୟମ ଆପର ମାଗଣା ସଦସ୍ୟତା ମିଳିବ । ଏହି ପ୍ୟାକ୍ ର ସମୟ ସୀମା ୫୬ ଦିନ ଅଟେ ।

୪୪୯ ଟଙ୍କା ପାଇଁ ଭୋଡାଫୋନ୍ ପ୍ଲାନ : ଭୋଡାଫୋନ୍ ବ୍ୟବହାରକାରୀମାନେ ଏହି ପ୍ଲାନରେ ଡବଲ୍ ଡାଟା ଅଫର୍ ପାଇବେ । ଏହି ଅଫର ଅନୁଯାୟୀ, କମ୍ପାନୀ ଉପଭୋକ୍ତାମାନଙ୍କୁ ୨ ଜିବି ଡାଟା ସହିତ ଅତିରିକ୍ତ ୨ ଜିବି ଡାଟା ଦେବ । ଆହୁରି ମଧ୍ୟ, ଉପଭୋକ୍ତାମାନେ ସମସ୍ତ ନେଟଓ୍ବାର୍କକୁ ଅସୀମିତ କଲିଂ କରିବାକୁ ସମର୍ଥ ହେବେ । ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ଭୋଡାଫୋନ୍ ପ୍ଲେ ଏବଂ ଜି ୫ ଆପ୍ ର ମାଗଣା ସବସ୍କ୍ରିପସନ୍ ଦିଆଯିବ । ଏହି ପ୍ୟାକର ବୈଧତା ୫୬ ଦିନ ଅଟେ ।

ବିଏସଏନଏଲର ୪୨୯ ଟଙ୍କା ପ୍ଲାନ : ବିଏସଏନଏର ଏହି ଯୋଜନାର ନାମ ହେଉଛି ଡିଜିଟାଲ୍ ଇଣ୍ଡିଆ ୪୨୯ । ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୧ ଜିବି ଡାଟା ପାଇବେ । ଆହୁରି ମଧ୍ୟ, ଉପଭୋକ୍ତାମାନେ ସମସ୍ତ ନେଟୱାର୍କରୁ ଅସୀମିତ କଲ କରିପାରିବେ । ଏହା ବ୍ୟତୀତ କମ୍ପାନୀ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧୦୦ ଟି ଏସଏମଏସ ମଧ୍ୟ ଦେବ। ଏହି ସମୟରେ ବୈଧତା ୮୧ ଦିନ ଅଟେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories