www.samajalive.in
Monday, December 8, 2025
13.1 C
Bhubaneswar

ଶାଳପଟା ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ଅତର୍କିତ ଭାବେ ଚଢାଉ କରି ୪୦ଖଣ୍ଡ ପଟା ଜବତ କରିବା ସହିତ ଘଟଣାସ୍ଥଳରୁ ୨ ଜଣ ପଟା କଟାଳିଙ୍କୁୁ ଗିରଫ କରିଛି। ତେବେ ଏହା ପଛରେ ଥିବା କାଠ ମାଫିଆର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟେର୍‍ ପାଇପାରିନାହିଁ ବନ ବିଭାଗ।

ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ସୂଚନା ପ୍ରକାରେ, ଗିରଫ ହୋଇଥିବା ୨ ଜଣ ପଟା କଟାଳି ହେଲେ ପୁଇଗୁଡ଼ା ଗ୍ରାମ ଓଡ଼ିଆ ସାହିର ପ୍ରତାପ ପାଇକ ଓ ଆଦିବାସୀ ସାହିର ଦେବାନନ୍ଦ କପଟ ପାତ୍ର। ଏହି ୨ ଜଣ ଜଙ୍ଗଲ ମଧ୍ୟରେ ପଟା କାଟୁଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନପାଳ ଜୟନ୍ତ ପ୍ରଧାନ, ଫ୍ରଫୁଲ କୁମାର ଚୌଧୁରୀ, ବନରକ୍ଷୀ ଦୀପକ ରଂଜନ ପଟନାୟକ ସମେତ ଅନ୍ୟମାନେ ଚଢାଉ କରିଥ ୪୦ ଖଣ୍ଡ କାଠପଟା ସହିତ ୨ ଜଣକୁ ଗିରଫ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ କେସ ନଂ ୨୯ା୨୦ରେ ଏକ ମାମଲା ରୁଜୁକରି ୨ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଜବତ ପଟାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି। ତେବେ ଏହାର ପଛରେ କିଏ ଜଙ୍ଗଲ ମାଫିଆ ଅଛି ତାହାର କୌଣସି ପ୍ରକାର ସୁରାଗ ମିଳିନଥିବା ବେଳେ ବନ ବିଭାଗ ପ୍ରଥମ ପର୍ଯ୍ୟାଳୟରେ ପଟାକାଟୁଥିବା ଅଭିଯୋଗରେ ଏହି ୨ ଜଣକୁ କୋର୍ଟ ଚାଲାଣ କରିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଅନ୍ୟଏକ ସୂଚନା ପ୍ରକାରେ, ଦୀର୍ଘଦିନ ହେଲା ଉକ୍ତ ଜଙ୍ଗଲରେ ଜଙ୍ଗଲ ମାଫିଆମାନେ ପ୍ରତ୍ୟେକ ଦିନ ବହୁ ସଂଖ୍ୟରେ ପଟା କଟାଳିକୁ କିଛି କିଛି ଟଙ୍କା ଦେଇ ପଟାକାଟି ଏଭଳି ଭାବେ ଚାଲାଣ କରୁଥିବା ବେଳେ ବନ ବିଭାଗର କିଛି କର୍ମଚାରୀଙ୍କ ଅଗୋଚରରେ ଏହା ଚାଲିଥିବା ମଧ୍ୟ ଆଲେଚାନା ଜୋର ଧରିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories