www.samajalive.in
Sunday, December 14, 2025
23.1 C
Bhubaneswar

ଆଦିବାସୀ ମହିଳାଙ୍କୁ ଗଣ ବଳାତ୍କାର, ଜଣେ ଗିରଫ

ଚିତ୍ରଡା: ସହଯୋଗର ହାତ ବଢ଼ାଇ ଜନୈକା ବିବାହିତା ମହିଳାଙ୍କୁ ଗଣ ବଳାତ୍କାର କରିବା ଭଳି ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ମୋରଡା ଥାନା ଇଲାକାରେ। ଗତ ଶୁକ୍ରବାର ମୋରଡା ଥାନା ଅଞ୍ଚଳର ଉକ୍ତ ମହିଳା ବ୍ୟାଙ୍କ କାମ ପାଇଁ ଚାଲି ଚାଲି ଘରୁ ଚିତ୍ରଡାକୁ ଯାଉଥିଲେ। ତାଙ୍କର ପରିଚିତ ରାଜମିସ୍ତ୍ରୀ ଗୋପିନାଥପୁର ଗ୍ରାମର ସେକ ପୁଟୁକୁ ବାଇକରେ ଆସି ସହାୟତାର ହାତ ବଢାଇ ଚିତ୍ରଡାରେ ଛାଡିଦେବା ପାଇଁ ନେଇଯାଇଥିଲେ। ଚିତ୍ରଡାରେ ଛାଡ଼ିବା ବଦଳରେ ପଶ୍ଚିମବଙ୍ଗ ଅଞ୍ଚଳ ତାଙ୍କ ଭଉଣୀ ଘରକୁ ନେଇ ମୋବାଇଲ ଫୋନ ଜବତ କରି ବାରମ୍ବାର ବଳାତ୍କାର କରିଥିଲେ। ପରେ ପୁଟୁକୁର ବଡଭାଇ ସେକ ସିରାଜ ମହିଳାଙ୍କୁ ଉଦ୍ଧାର କରି ଆଣିବା ପାଇଁ ସହାୟତାର ହାତ ବଢାଇ ବିଳମ୍ବିତ ରାତିରେ ଏକ କାରରେ ସେଠାରେ ପହଞ୍ଚି ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲା।
ମହିଳାଙ୍କୁ ଆଣିବା ବାଟରେ କାର ଛିଡା କରି ଚାଳକ ସହ ୩ ଜଣ ଉଦ୍ଧାରକାରୀ ଜଣେ ପରେ ଜଣେ ବଳାତ୍କାର କରିଥିଲେ। ଶନିବାର ଭୋର ସମୟରେ ଚିତ୍ରଡା-ମୋରଡା ରାସ୍ତାର ଜମ୍ଭୀରା ନଦୀକୂଳ ନିକଟରେ ପୀଡିତାଙ୍କୁ ଗାଡିରୁ ଓହ୍ଲାଇ ଦେଇ ସେମାନେ​‌ ପଳାଇଗଲେ। ଲୋକଲଜ୍ୟାକୁ ଡରି ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେବାବେଳେ ମୋବାଇଲ ଫୋନଦ୍ବାରା ସେ ସମ୍ପର୍କୀୟଙ୍କୁ ଫୋନ କରି ମନର କଥା ଜଣାଇଥିଲେ। ଖବର ପାଇ ପୀଡିତାଙ୍କ ସ୍ବାମୀ, ପରିବାର ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ। ମୋରଡା ଥାନାରେ ଏତଲା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସେକ ସିରାଜକୁ ପୁଲିସ ଗିରଫ କରିଛି। ଅନ୍ୟ ୩ ଜଣ ଫେରାରଥିବାରୁ ପୁଲିସ ଖୋଜୁଛି। ପୀଡିତା ଜଣେ ୱାର୍ଡ ସଭ୍ୟା ଏବଂ ଏସଏଚଜିର ସଭ୍ୟା ହୋଇଥିବାରୁ ମହିଳା ଆନ୍ଦୋଳନ ଦାନା ବାନ୍ଧୁଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories