କୁଆଖାଇରୁ ଉଦ୍ଧାର ହେଲେ ମହିଳା

0

ଭୁବନେଶ୍ୱର: କୁଆଖାଇରେ ବୁଡି ଯାଉଥିବା ସମୟରେ ଉଦ୍ଧାର ହେଲେ ମହିଳା। ମହିଳା ଜଣଙ୍କ ଭାସିଯାଉଥିବା ସମୟରେ ତାଙ୍କୁ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ମହିଳା ଜଣଙ୍କ ନଦୀ ଭିତରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ କୁଆଖାଇ ନଦୀରେ ବୁଡ଼ି ଯାଇଥିବା ଛାତ୍ରଙ୍କୁ ଖୋଜଖୋଜି କରୁଥିବା ବେଳେ ମହିଳାଙ୍କୁ ଉଦ୍ଧାର କରିଥିଲେ।  ସେ ଜଣେ ଅବସରପ୍ରାପ୍ତ ହୋମଗାର୍ଡ ବୋଲି ଜଣା ପଡିଛି। ସେ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାର କାରଣ ସ୍ପଷ୍ଟ ହୋଇ ନାହିଁ।

Leave A Reply