www.samajalive.in
Saturday, December 6, 2025
23.1 C
Bhubaneswar

ନୂଆଖାଇରେ ଅଘଟଣ: ୬ବର୍ଷର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ରେଙ୍ଗାଲି: ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଆଜି ନୂଆଖାଇ ଉତ୍ସବ ପାଳିତ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଏକ ଅଘଟଣ ଘଟିଛି। ଜିଲ୍ଲାର କତରବଗା ଥାନା ଅନ୍ତର୍ଗତ କିନାଲୋଇ ଗ୍ରାମରେ ଅପରାହ୍ନରେ ଟିକେଶ୍ୱରୀ ଭୋଇ(୪୦) ନାମ୍ନୀ ମହିଳା ନିଜ ୬ବର୍ଷର ଝିଅ ଖୁସି ଭୋଇକୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଗ୍ରାମରେ ବିଷାଦର ଛାୟା ଖେଳାଇ ଦେଇଛି।

ଖବର ପାଇ ଲଇଡା ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଗି୍ନଶମ ବାହିନୀକୁ ଡକାଇ କୂଅ ଭିତରୁ ମାଆ ଏବଂ ଝିଅର ମୃତଦେହକୁ ଉଦ୍ଧାର କରିଥିଲେ। ପଞ୍ଚନାମା କଲାପରେ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏ ସଂକ୍ରାନ୍ତରେ ଅପମୃତ୍ୟୁ ମାମାଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରହିଛି। ପରିବାର ଏବଂ ସାହିପଡ଼ିଶା ଲୋକଙ୍କ କହିବା ଅନୁଯାୟୀ ମୃତ ଟିକେଶ୍ୱରୀ ମାନସିକ ବିକୃତ ଥିଲେ। ଆଜି ପାରମ୍ପରିକ ରୀତିରେ ଘର ଲୋକଙ୍କ ସହିତ ନୁଆଖାଇ ସାରିଲା ପରେ ଟିକେଶ୍ୱରୀ ଝିଅକୁ ଧରି କୂଅରେ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories