www.samajalive.in
Wednesday, December 10, 2025
23.1 C
Bhubaneswar

ଲଙ୍କାଗୁଣ୍ଡ ପକାଇ ଲୁଟୁଥିଲେ ମହିଳା : ଖାଇଲେ ୧୮ ଚାପୁଡ଼ା

ସମାଜ ଲାଇଭ ଡେସ୍କ : ଗୁଜୁରାଟରେ ଜଣେ ମହିଳା ଲଙ୍କାଗୁଣ୍ଡ ପକାଇ ଲୁଟ୍‌ କରୁଥିବା ସମୟରେ ୧୮ ଚାପୁଡ଼ା ଖାଇଛନ୍ତି । ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ଏକ ଗହଣା ଦୋକାନରୁ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଦୋକାନୀ ଜଣଙ୍କ ତାଙ୍କୁ ୧୮ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି । ଭିଡ଼ିଓଟି ଗୁଜୁରାଟର ଅହମ୍ମଦାବାଦ ସହରର ହୋଇଥିବା ଭିଡ଼ିଓରୁ ଜଣା ପଡ଼ିଛି । ଭିଡ଼ିଓରେ ଏହା ସ୍ପଷ୍ଟ ଜଣା ପଡୁଛି ଯେ ,  ଜଣେ ମହିଳା ଏକ ଗହଣା ଦୋକନକୁ ଯାଇ ଗହଣା ଦେଖୁଥିବା ସମୟରେ ହଠାତ୍ ଦୋକାନୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫୋପାଡ଼ିଥିଲେ । ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବା ସତ୍ତ୍ୱେ ନିଜକୁ ସମ୍ଭାଳି ଦୋକାନୀ ମହିଳା ଜଣଙ୍କୁ ୧୮ ଚାପୁଡ଼ା ମାରି ମହିଳାଙ୍କୁ ଦୋକାନରୁ ବାହାର କରିଥିବା ଭିଡ଼ିଓରୁ ଜଣା ପଡ଼ିଛି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories