www.samajalive.in
Friday, December 5, 2025
20.1 C
Bhubaneswar

ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ, ପରିତ୍ୟକ୍ତ ଘରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଖୋର୍ଦ୍ଧା: ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲା ମୁକୁନ୍ଦ ପ୍ରସାଦ ଅଞ୍ଚଳରେ। ମୁକୁନ୍ଦପ୍ରସାଦର ଗୋଶାଳା ପଡ଼ିଆ ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତହେଦକୁ ଜବତ କରିଛି ପୁଲିସ। ସାଇଣ୍ଟିଫିକ୍‌ ଟିମ୍‌ ସହିତ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଉକ୍ତ ପରିତ୍ୟକ୍ତ ଘରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ କିଛି ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ଵିକ ସ୍ଥିତି ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ମହିଳାଙ୍କ ହାତଗୋଡ଼ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ମହିଳାଙ୍କ ବୟସ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅନ୍ୟ କେଉଁ ସ୍ଥାନରେ ମହିଳାଙ୍କୁ ହତ୍ୟା କରି ଏଠାକୁ ଆଣିବା ପରେ ପୋଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ଘଟଣା ପଛରେ କାହାର ହାତ ରହିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories