ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ପଲସଦା ଗ୍ରାମରେ ଠିକା କାମ ଚାଲୁଥିବା ବେଳେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, କାମ ଚାଲୁଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସର୍ପଶରେ ଆସି ନାଚେନ ମୁରା ଗ୍ରାମର ସରସ୍ଵତୀ ମରେଇ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଏହାପରେ ତାଙ୍କୁ ଲଖନପୁର ଡାକ୍ତର ଖାନାକୁ ନିଆ ଯାଇଥିଲ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ବିଦ୍ୟୁତ ଆଘାତରେ ମହିଳା ମୃତ
Popular Categories



