www.samajalive.in
Wednesday, December 10, 2025
26.1 C
Bhubaneswar

ଚିଦମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି, କୋର୍ଟ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇଲେ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଗୁରୁବାର ଦିଲ୍ଳୀର ରାଉଜ ଆଭେନ୍ୟୁ କୋର୍ଟରୁ ଝଟକା ମିଳିଛି। କୋର୍ଟ ତାଙ୍କୁ ପୁଣି ଥରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅର୍ଥାତ ଚିଦମ୍ବରମ ଏବେ ଅକ୍ଟୋବର ୩ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ତାଙ୍କୁ ସିବିଆଇ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ କରିଛି।

ଏହା ପୂର୍ବରୁ ସିବିଆଇ କୋର୍ଟରେ ଚିଦମ୍ବରମଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲା। ଚିଦମ୍ବରମଙ୍କ ପକ୍ଷ ରଖୁଥିବା ବରିଷ୍ଠ ଅଧିବକ୍ତା କପିଲ ସିବଲ ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି ନେଇ ସିବିଆଇର ଅନୁରୋଧର ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ ପୁଣି ଥରେ ଚିଦମ୍ବରମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦ରେ ଚିଦମ୍ବରମଙ୍କୁ ଗିରଫ କରାଯାଇଥିଲା। ସେ ସେପ୍ଟେମ୍ବର ୫ରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହା ପୂର୍ବରୁ ସିବିଆଇ ତାଙ୍କୁ ୧୫ ଦିନ ନିଜ ହାଜତରେ ରଖି ଜେରା କରିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories