ସିଲ୍ହଟ୍ : ବାଂଲାଦେଶରେ ସିଲ୍ହଟରେ ଚାଲିଥିବା ମହିଳା ଏସିଆ କପ୍ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ୮ମ ଥର ପାଇଁ ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଥିବାବେଳେ ଥାଇଲାଣ୍ଡ ଚମତ୍କାରିତା ଲକ୍ଷ୍ୟରେ ଖେଳିବ। ହରମାନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତ ଲିଗ୍ ପଯ୍ୟାୟରେ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଦଳ ଶ୍ରୀଲଙ୍କାକୁ ୪୧ରନ, ମାଲେସିଆକୁ ୩୦ରନ, ୟୁଏଇକୁ ୧୦୪ରନ, ବାଂଲାଦେଶକୁ ୫୯ରନ ଓ ଥାଇଲାଣ୍ଡକୁ ୯ ୱିକେଟରେ ପରାସ୍ତ କରିଥିବାବେଳେ ପାକିସ୍ତାନ ନିକଟରୁ ୧୩ରନରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ଥାଇଲାଣ୍ଡ ୬ଟି ମ୍ୟାଚରୁ ୩ଟି ବିଜୟ ଓ ୩ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଉଭୟ ଦଳ ଲିଗ୍ ପର୍ଯ୍ୟାୟେର ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ସହଜରେ ବିଜୟୀ ହୋଇଥିଲା। ଭାରତ ଉକ୍ତ ସଫଳତାକୁ ଦୋହରାଇବା ସହିତ ଫାଇନାଲକୁ ଉନ୍ନୀତ ହେବା ନେଇ ଆଶାବାଦୀ ରହିଛି।
Popular Categories



