www.samajalive.in
Tuesday, December 9, 2025
23.1 C
Bhubaneswar

ଜାନୁଆରୀ ଶେଷ ପର୍ଯ୍ୟନ୍ତ ହାଡଭଙ୍ଗା ଜାଡ,ଶୀତ ଲହରୀରୁ ମିଳିବ ନାହିଁ ଆଶ୍ୱସ୍ତି!

ନୂଆଦିଲ୍ଲୀ : କମୁନି ଥଣ୍ଡାର ପ୍ରକୋପ। ପଞ୍ଜାବ ଠାରୁ ଦିଲ୍ଲୀ ଏନସିଆର ଓ ପୂର୍ବ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏହାସହ ପୂର୍ବ ଭାରତରେ ଭୀଷଣ ଥଣ୍ଡା ସହ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଜାନୁଆରୀ ୨୩ ପର୍ଯ୍ୟନ୍ତ ଥଣ୍ଡା ସହ ଘନ କୁହୁଡି ପାଇଁ ରେଡ୍‌‌ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହା ମଧ୍ୟରେ ପୂର୍ବ ଭାରତରେ ସର୍ବନିମ୍ନ ତାପମାତ୍ରା ୨-୧୦ ଡିଗ୍ରୀ ମଧ୍ୟରେ ସୀମିତ ରହିବ। ପାହାଡିଆ ଓ ଅନ୍ୟାନ୍ୟ ସ୍ଥାନରେ ହାଡଭଙ୍ଗା ଶୀତ ଜାରି ରହିଛି। ଘନ କୁହୁଡି କାରଣରୁ ସଡକ, ରେଳ ଓ ବିମାନ ସେବା ପ୍ରଭାବିତ ହୋଇଛି।
ଘନ କୁହୁଡି କାରଣରୁ ଆଇଜିଆଇ ବିମାନବନ୍ଦରରେ ୨୨୦ ବିମାନ ଉଡାଣ ପ୍ରଭାବିତ ହୋଇଛି। ୭ଟି ବିମାନକୁ ବାତିଲ କରାଯାଇଛି। କେତେକ ବିମାନ ଉଡାଣରେ ବିଳମ୍ବ କରାଯାଇଛି। ଦିଲ୍ଲୀ ପହଞ୍ଚିବାକୁ ଥିବା ୬୮ ଟ୍ରେନ ମଧ୍ୟ କୁହୁଡି କାରଣରୁ ପ୍ରଭାବିତ ହୋଇଛି। ବନାରସ ବନ୍ଦେ ଭାରତ ଏକ୍ସପ୍ରେସକୁ ବାତିଲ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନାନୁଯାୟୀ, ଉତ୍ତରଭାରତରେ ବର୍ତ୍ତମାନ ପ୍ରବଳ ଥଣ୍ଡା ଓ ଘନ କୁହୁଡିରୁ ଆଶ୍ୱସ୍ତି ମିଳିବ ନାହିଁ। ଜାନୁଆରୀ ୨୧ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତର ଅନେକ ସ୍ଥାନରେ ଶୀତ ଲହରୀର ପ୍ରକୋପ ଜାରି ରହିବ। ଏହା ମଧ୍ୟରେ ପଞ୍ଜାବ ଓ ହରିୟାଣାରେ ଭୀଷଣ ଶୀତ ଲହରୀ ସହ କୁହୁଡି ପ୍ରକୋପ ଲାଗି ରହିବ। ହିମାଚଳ ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଶୀତ ଲହରୀ ଜାରି ରହିବ। ୨୦ ଓ ୨୧ ଜାନୁଆରୀ ଉତ୍ତର ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଶୀତ ଲହରୀ ଜାରି ରହିବ। ସେହିପରି ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ସମେତ ଉତ୍ତର ଓ ମଧ୍ୟ ଭାରତରେ ଘନ କୁହୁଡି ଜାରି ରହିବ। ଜାନୁଆରୀ ଶେଷ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା,ଶୀତ ଲହରୀ ଓ ଘନ କୁହୁଡି ପ୍ରକୋପ ଜାରି ରହିବା ସମ୍ଭାବନା ରହିଛି।

 

- Advertisement -

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories