www.samajalive.in
Saturday, December 6, 2025
26.1 C
Bhubaneswar

ସ୍ଵାମୀ ନେଲେ ଅବସର, ସ୍ତ୍ରୀ ହେଲେ ମୁଖ୍ୟ ଶାସନ ସଚିବ: ଚର୍ଚ୍ଚାରେ ଦମ୍ପତି

ତିରୁଅନନ୍ତପୁରମ୍‌: କେରଳରେ ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶାରଦା ମୁରଲୀଧରନ୍ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ବିଶେଷ କଥା ହେଉଛି, ଶାରଦା ମୁରଲୀଧରନ୍ ତାଙ୍କ ସ୍ଵାମୀ ଭି. ବେଣୁଙ୍କ ସ୍ଥାନ ନେଇଛନ୍ତି। ଭି. ବେଣୁ ଗତ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିଛନ୍ତି। କେରଳ ରାଜ୍ୟରେ ଏହା ପ୍ରଥମ ଥର ଘଟିଛି ଯେ, ଜଣେ ଆଇଏଏସ୍ ଅଧିକାରୀ ନିଜ ପତ୍ନୀଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଅଗଷ୍ଟ ୨୧ରେ ମୁରଲୀଧରନଙ୍କ ନିଯୁକ୍ତି ନେଇ କେରଳ ସରକାର ସୂଚନା ଦେଇଥିଲେ। ଏହାପୂର୍ବରୁ ସେ କେରଳ ସରକାରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଯୋଜନା ଓ ଅର୍ଥନୈତିକ ବ୍ୟାପାର) ପଦରେ କାର୍ଯ୍ୟରତ ଥିଲେ। ଉଭୟ ବେଣୁ ଏବଂ ଶାରଦା ମୁରଲୀଧରନ୍ ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ, ବେଣୁ ତାଙ୍କ ପତ୍ନୀଙ୍କଠାରୁ କିଛି ମାସ ବଡ଼। ଶାରଦାଙ୍କର ବିଭିନ୍ନ ବିଭାଗରେ ଉତ୍କୃଷ୍ଟ କ୍ୟାରିଅର୍ ରହିଛି। ଏହି ପରିବର୍ତ୍ତନକୁ ଏକ ଅଦ୍ଭୁତ ଅନୁଭୂତି ବୋଲି ସେ କହିଛନ୍ତି। ସ୍ୱାମୀଙ୍କ ଅବସର ପରେ ପରବର୍ତ୍ତୀ ଆଠ ମାସ ପାଇଁ ସେ ଏହି ପଦରେ ରହିବେ।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories