www.samajalive.in
Thursday, December 11, 2025
14.1 C
Bhubaneswar

କରୱାଚୌଥ ବ୍ରତ: ଜାଣନ୍ତୁ କାହିଁକି ଚାଲୁଣୀରେ ଦୀପ ରଖି ଚାନ୍ଦକୁ ଏବଂ ପରେ ସ୍ବାମୀଙ୍କୁ ଦେଖାଯାଏ

ଆଜି ହେଉଛି କରୱାଚୌଥ। ଉତ୍ତର ଭାରତରେ ଏହାକୁ କୌଣସି ଉତ୍ସବଠାରୁ କମ୍‌ରେ ପାଳନ କରଯାଏନାହିଁ। ଏହି ପୂଜା ସମୟରେ ମହିଳାମାନେ ଥାଳିରେ ସବୁ ସାମଗ୍ରୀ ରଖିବା ସହ ଚାଲୁଣୀ ରଖିଥାନ୍ତି। କାରଣ ଚାଲୁଣୀ ହେଉଛି ଏହି ପୂଜାର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ। ବିବାହିତ ମହିଳାମାନେ ଚାଲୁଣୀରେ ଦୀପ ରଖି ଚାନ୍ଦକୁ ଦେଖିବା ପରେ ସ୍ବାମୀଙ୍କୁ ଦେଖି ବ୍ରତ ପୂରଣ କରିଥାଆନ୍ତି। କିନ୍ତୁ କେବେ ଆପଣ ଭାବିଛନ୍ତି କି କରୱାଚୌଥରେ ଚାଲୁଣୀରେ ଦୀପ ରଖି କାହିଁକି ଚାନ୍ଦକୁ ଏବଂ ପରେ ସ୍ବାମୀଙ୍କୁ ଦେଖାଯାଏ? ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି।

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଚନ୍ଦ୍ର ହେଉଛି ବ୍ରହ୍ମାଙ୍କ ଅନ୍ୟ ଏକ ରୂପ। ଏହା ସହ ଚନ୍ଦ୍ରକୁ ଦୀର୍ଘାୟୁର ବରଦାନ ମିଳିଛି। ଚନ୍ଦ୍ରରେ ସୁନ୍ଦରତା, ଶୀତଳତା, ପ୍ରେମ, ପ୍ରସିଦ୍ଧ ଏବଂ ଦୀର୍ଘାୟୁ ଭଳି ଗୁଣ ଥିବାରୁ ବିବାହିତ ମହିଳାମାନେ ଚାନ୍ଦକୁ ପୂଜା କରି ଏସବୁ ଗୁଣ ତାଙ୍କ ସ୍ବାମୀଙ୍କ ନିକଟକୁ ଆସିବାକୁ କାମନା କରନ୍ତି ।

- Advertisement -

ସେହିପରି ଚାଲୁଣୀକୁ ନେଇ ଅନ୍ୟ ପୌରାଣିକ କାହାଣୀ ମଧ୍ୟ ରହିଛି। ଏକ ସାହୁକାରର ସାତ ପୁଅ ଏବଂ ଗୋଟିଏ ଝିଅ ଥିଲା। ଝିଅଟି ନିଜ ସ୍ବାମୀର ଦୀର୍ଘାୟୁ ଓ ମଙ୍ଗଳକାମନା କରି କରୱାଚୌଥ ବ୍ରତ ରଖିଥିଲେ। ରାତିରେ ଯେତେବେଳେ ସବୁ ଭାଇମାନେ ଭୋଜନ କରିବାକୁ ବସିଲେ, ସେତେବେଳେ ଭୋଜନ ପାଇଁ ମଧ୍ୟ ତାଙ୍କ ଭଉଣୀଙ୍କୁ ନିମନ୍ତ୍ରଣ କଲେ। କରୱାଚୌଥ ବ୍ରତ ରଖିଥିବାରୁ ଚାନ୍ଦ ନଦେଖିବା ଯାଏଁ ଭୋଜନ ଗ୍ରହଣ କରିବେ ନାହିଁ ବୋଲି ଭଉଣୀ ମନା କରି ଦେଇଥିଲେ।

ଏକଥା ଶୁଣିଲା ପରେ ଭଉଣୀକୁ ଭୋଜନ କରାଇବା ପାଇଁ ଭାଇମାନେ ଏକ ଯୋଜନା ପ୍ରସ୍ତୁତ କଲେ। ଭାଇମାନେ ଦୂରରେ ଏକ ଦୀପ ଜଳାଇ, ଚାନ୍ଦ ବାହାରି ଆସିଛି ବୋଲି ଚାଲୁଣୀରେ ଦେଖାଇଥିଲେ। ଭଉଣୀ ଏହାକୁ ଦେଖି ଅର୍ଘ ଅର୍ପଣ କରିବା ପରେ ବ୍ରତ ଭାଙ୍ଗିଥିଲେ। ଏହା ପରେ ତାଙ୍କ ସ୍ବାମୀ ରୋଗାଗ୍ରସ୍ତ ହୋଇଥିଲେ। ଏଭଳି ଛଳନା କୌଣସି ବିବାହିତ ମହିଳାଙ୍କ ସହ ନହେଉ ସେଥିପାଇଁ  ପ୍ରଥମେ ଚାଲୁଣୀରେ ଦୀପ ରଖି ଚାନ୍ଦ ଦେଖିବା ପରେ ସ୍ବାମୀ ଦେଖିବା ପରମ୍ପରା ସେବେଠାରୁ ଆରମ୍ଭ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories