www.samajalive.in
Sunday, December 7, 2025
26.1 C
Bhubaneswar

କାର୍‌ ସିଟ୍‌ବେଲ୍ଟରେ ଥିବା ଏହି ସିକ୍ରେଟ୍‌ ବଟନ୍‌ ବିଷୟରେ ଜାଣନ୍ତି କି? ହୋଇଥାଏ ବେଶ୍‌ ଉପଯୋଗୀ

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ଚଳାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ବାରା ଦୁର୍ଘଟଣା ସମୟରେ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯାଇଥାଏ। କିନ୍ତୁ ସିଟ୍ ବେଲ୍ଟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି, ଯାହା ବିଷୟରେ ବୋଧହୁଏ ବହୁତ କମ୍ ଲୋକ ଜାଣିଥିବେ। ଏହା ଏକ ବଡ ରହସ୍ୟ, ଯାହା କାର ଚାଳକଙ୍କ ଆଖି ସାମ୍ନାରେ ଥାଏ, କିନ୍ତୁ ସେମାନେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନ ଥାଆନ୍ତି। କାର୍‌ର ସିଟ୍ ବେଲ୍ଟରେ ଏକ ଛୋଟ କଳା ବଟନ୍ ଥାଏ, ଯାହା ବେଶ୍‌ ଉପଯୋଗୀ। କିନ୍ତୁ ଏ ବିଷୟରେ ସମସ୍ତେ ଜାଣି ନଥାଆନ୍ତି।

ଡେଲି ଷ୍ଟାର ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ନିକଟରେ ଟିକ୍‌ଟକ୍‌ ଆକାଉଣ୍ଟ @epiccfactsରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ସିଟ୍ ବେଲ୍ଟରେ ଦିଆଯାଇଥିବା ଏହି ବଟନ୍ ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଯଦିଓ ଏହାର କାର୍ଯ୍ୟ ଅତି ସରଳ, ଏବଂ ଏହା ବିଷୟରେ ସହଜରେ ଚିନ୍ତା କରାଯାଇପାରେ, କିନ୍ତୁ ବହୁତ କମ୍ ଲୋକ ଏହା ଜାଣିଥିବେ। ବାସ୍ତବରେ, ଏହି ବଟନ୍ ସିଟ୍ ବେଲ୍ଟରେ ଥିବା ବକଲ୍‌କୁ ପଛକୁ ଯିବାରୁ ଅଟକାଇଥାଏ।

- Advertisement -

ସିଟ୍‌ ବେଲ୍ଟରେ ବଟନ୍‌ କାହିଁକି?

ସିଟ୍ ବେଲ୍ଟରେ ଏକ ବକଲ୍‌ ଲାଗିଥାଏ। ସିଟ୍ ଉପରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟକୁ ନିଜ ଆଡକୁ ଟାଣିବା ପରେ ବକଲ୍‌କୁ ପାର୍ଶ୍ୱରେ ଥିବା ଖୋପ ଭିତରରେ ପୁରାଇଥାଏ, ଯେଉଁଠାରେ ଏହା ଅଟକିଯାଏ। କିନ୍ତୁ ଯେତେବେଳେ ବକଲ୍‌ ଖୋଲାଯାଏ, ସେତେବେଳେ ତାହା ଢିଲା ଥାଏ ଏବଂ ବେଲ୍ଟରେ ଖସି ଖସି ତଳକୁ ଚାଲିଯାଇପାରେ। ତାକୁ ବାରମ୍ବାର ଉପରକୁ ଆଣିବାକୁ ଅସୁବିଧା ନ ହେଉ, ଏଥିପାଇଁ ସିଟ୍‌ ବେଲ୍ଟରେ ଏହି ଛୋଟ ବଟନ୍‌ ଦିଆଯାଇଥାଏ। ଏହା ଦବେନାହିଁ, କିନ୍ତୁ ଏହାଦ୍ବାରା ବକଲ୍‌ ପଛକୁ ବା ତଳକୁ ଯାଇପାରେ ନାହିଁ ଏବଂ ଆଗ ଆଡ଼କୁ ହିଁ ରହିଥାଏ। ତାହା ପଛକୁ ଯାଏନାହିଁ, ଯଦ୍ବାରା ବାନ୍ଧିବା ଲୋକକୁ ଅସୁବିଧା ହୋଇ ନ ଥାଏ। ଏହିପରି ଭାବେ ବକଲ୍‌କୁ ଆଗ ଆଡ଼କୁ ରଖାଯାଇପାରିବ।

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories