www.samajalive.in
Sunday, December 14, 2025
26.1 C
Bhubaneswar

ହୁ’ର ଚେତାବନୀ : ନୂଆ ପ୍ରକରଣ ଅଧିକ ସଂକ୍ରାମକ ହେବ

ନୂଆଦିଲ୍ଲୀ : ଓମିକ୍ରନ ପରେ କୋଭିଡ-୧୯ ଭୁତାଣୁ ତାହାର ରୂପ ବଦଳାଇବା ବନ୍ଦ କରିବ ନାହିଁ। ଏହାର ନୂଆ ପ୍ରକରଣ ଅଧିକ ସଂକ୍ରାମକ ହେବ, ସମ୍ଭବତଃ ଅଧିକ ଘାତକ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ବିଶ୍ବବାସୀଙ୍କୁ ସତର୍କ କରିଦିଆଯାଇଛି। ହୁ’ର ଏଭଳି ଚେତାବନୀ ପରେ କୋଭିଡକୁ ନେଇ ପୁଣି ଭୟ ବୃଦ୍ଧିପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାମାରୀ ବିଶେଷଜ୍ଞ ଏବଂ କୋଭିଡ-୧୯ ଉପରେ ବୈଷୟିକ ଦଳର ନେତୃତ୍ବ ନେଉଥିବା ଡା.ମାରିଆ ଭାନ୍‌ କେରଖୋଭ ସତର୍କ କରାଇଦେଇ କହିଛନ୍ତି ଯେ, କୋଭିଡର ପରବର୍ତ୍ତୀ ପ୍ରକରଣ ଅଧିକ ସଂକ୍ରାମକ ହେବ ଏବଂ ଏହା ପୂର୍ବ ପ୍ରକରଣଗୁଡିକ ତୁଳନାରେ ଅଧିକ ଘାତକ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ମହାମାରୀ ଏବେ
ପୃଥିବୀ ପୃଷ୍ଠରୁ ଦୂର ହେବାର ସମ୍ଭାବନା ନାହିଁ।
ଡା. ମାରିଆ ଭାନ୍‌ କହିଛନ୍ତି, କୋଭିଡର ନୂଆ ପ୍ରକରଣ ସହଜରେ ରୋଗ ପ୍ରତିରୋଧ କ୍ଷମତାକୁ ଭେଦ କରିପାରିବ ଏବଂ ଏ କ୍ଷେତ୍ରରେ ଟିକା କମ୍‌ ପ୍ରଭାବୀ ହେବ। ତେବେ ଜନସାଧାରଣ କୋଭିଡ ଟିକା ନେବା ଅନିବାର୍ଯ୍ୟ ବୋଲି ସେ ଗୁରୁତ୍ବର ସହିତ କହିଛନ୍ତି। କାରଣ ଏହି ଟିକା ଗୁରୁତର ଅସୁସ୍ଥତା ଏବଂ ମୃତ୍ୟୁ ଭଳି ପରିସ୍ଥିତିରୁ ସୁରକ୍ଷା ପ୍ରଦାନ କରୁଛି। ଏହା ଓମିକ୍ରନ ପ୍ରକରଣ ସଂକ୍ରମଣ ପର୍ଯ୍ୟାୟରେ ପ୍ରତିପାଦିତ ହୋଇସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଟିକା ନେବା ସହିତ କୋଭିଡ-୧୯ ନିୟମାବଳୀ ପାଳନ କଲେ ଏହି ଭୂତାଣୁର ସଂକ୍ରମଣକୁ ନିମ୍ନ ସ୍ତରରେ ରଖାଯାଇପାରିବ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories