www.samajalive.in
Saturday, December 13, 2025
26.1 C
Bhubaneswar

କିଏ ଏହି କରୀମ ଲାଲା ? ଯାହାଙ୍କ ସହିତ ଇନ୍ଦିରାଙ୍କ ସାକ୍ଷାତକୁ ନେଇ ଘନଉଛି ବିବାଦ; ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଶିବସେନା ନେତା ସଞ୍ଜୟ ରାଉତ ଅଣ୍ଡରୱାର୍ଲ୍ଡ ଡନ୍‌ କରୀମ ଲାଲା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ଏହାର ବିରୋଧ କରିବା ପରେ ସଞ୍ଜୟ ନିଜର ମନ୍ତବ୍ୟକୁ ଫେରାଇନେବା ସହିତ କ୍ଷମାପ୍ରାର୍ଥନା କରିଛନ୍ତି। କିନ୍ତୁ ବର୍ତ୍ତମାନ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇନ୍ଦିରା ଗାନ୍ଧୀ ଏବଂ କରୀମ ଲାଲାଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଫଟୋରେ ୩ ଜଣ ରହିଛନ୍ତି, ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, କରୀମ ଲାଲାଙ୍କ ସମେତ ହୃଦୟନାଥ ଚଟୋପାଧ୍ୟାୟଙ୍କୁ ଦେଖିବାକୁ ମିଳୁଛି। ଏହି ଫଟୋଟି ୧୯୭୩ ମସିହାର, ଯେତେବେଳେ କବି ହୃଦୟନାଥ ଚଟୋପାଧ୍ୟାୟଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

କରୀମ ଲାଲା କିଏ ?

ଆଫଗାନିସ୍ତାର କୁନାର ପ୍ରଦେଶରେ ୧୯୧୧ରେ ଅବଦୁଲ କରୀମ ଶେର୍‌ ଖାନ ଓରଫ କରୀମ ଲାଲାର ଜନ୍ମ।  ୧୯୨୦ରେ ପରିବାର ଲୋକଙ୍କ ସହିତ ସେ ମୁମ୍ବାଇ ଚାଲିଆସିଥିଲା। ଦକ୍ଷିଣ ମୁମ୍ବାଇର ଭେଣ୍ଡି ବଜାର ଅଞ୍ଚଳରେ ତା’ ପରିବାର ରହୁଥିଲେ। କରୀମ ପ୍ରଥମେ ଶ୍ରମିକ ଭାବେ କାମ କରୁଥିଲା। ପରବର୍ତ୍ତୀ ସମୟରେ ସେ ‘ପଠାନ ଗ୍ୟାଙ୍ଗ’ରେ ସାମିଲ ହୋଇଥିଲା। ଧୀରେ ଧୀରେ ତା’ର ପ୍ରଭାବ ବଢ଼ିଥିଲା ଏବଂ ସେ ଗ୍ୟାଙ୍ଗର ନେତୃତ୍ଵ ନେଲା। ସେ ମୁମ୍ବାଇର ଡନ୍‌ ବନିଯିବା ସହିତ ଅଣ୍ଡରୱାର୍ଲ୍ଡ ଡନ୍‌ ରୂପେ ଅପଖ୍ୟାତି ଅର୍ଜନ କରିଥିଲା। ମୁମ୍ବାଇର ୩ଟି ମାଫିଆ ଗ୍ୟାଙ୍ଗ ମଧ୍ୟରୁ ସବୁଠୁ ଭୟଙ୍କର ଥିଲା ‘ପଠାନ ଗ୍ୟାଙ୍ଗ’। ସେତେବେଳେ ମୁମ୍ବଇର ଡୋଙ୍ଗରି, ନାଗପଡ଼ା, ଭେଣ୍ଡି ବଜାର ଏବଂ ମହମ୍ମଦ ଅଲି ରୋଡ୍‌ ଅଞ୍ଚଳରେ କରୀମ ଲାଲାର ଅପରାଧ ନେଟୱର୍କ ରହିଥିଲା। ବେଆଇନ ଜୁଆ ଆଡ୍ଡା, ମଦ ବ୍ୟବସାୟ, ବେଆଇନ ଟଙ୍କା ଅସୁଲ, ଜମି ଦଖଲ, ଅପହରଣ, ସୁପାରି ହତ୍ୟା, ନିଶା କାରବାରରୁ ପଠାନ ଗ୍ୟାଙ୍ଗ ବିପୁଳ ଅର୍ଥ ଉପାର୍ଜନ କରୁଥିଲା।

- Advertisement -

ନିକଟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁମ୍ବାଇର ଅଣ୍ଡରୱାର୍ଲ୍ଡ ଡନ୍‌ କରୀମ ଲାଲାକୁ ଭେଟିବାକୁ ଆସୁଥିଲେ। ସେତେବେଳେ ଏଭଳି ଏକ ସମୟ ଥିଲା ଯେତେବେଳେ ଦାଉଦ ଇବ୍ରାହିମ, ଛୋଟା ସକିଲ, ଶରଦ ସେଟ୍ଟୀ ମୁମ୍ବାଇର ପୁଲିସ କମିଶନର କିଏ ହେବ ତାହା ସ୍ଥିର କରୁଥିଲେ। ଏପରି କି ସରକାରରେ ମନ୍ତ୍ରୀ କିଏ ହେବ ତାହା ବି ସେମାନେ ସ୍ଥିର କରୁଥିଲେ। ସଞ୍ଜୟଙ୍କ  ଏପରି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବିବାଦ ଘନେଇବାରେ ଲାଗିଛି। ବିଜେପି ପକ୍ଷରୁ କଂଗ୍ରେସଠାରୁ ଜବାବ ମଗାଯିବା ସହିତ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ଦାବି ହୋଇଥିଲା। ଏହା ମଧ୍ୟରେ ସଞ୍ଜୟ ରାଉତ କ୍ଷମା ପ୍ରାର୍ଥନା କରିବା ସହିତ ନିଜର  ମନ୍ତବ୍ୟକୁ ଫେରାଇ ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories