www.samajalive.in
Sunday, December 7, 2025
15.1 C
Bhubaneswar

ଯଦି ରାହୁଳ ନୁହନ୍ତି; କିଏ କଂଗ୍ରେସ କାର୍ଯ୍ୟକାରିଣୀରେ କିଏ କହିଲେ -‘‘ଭାଜପା ସେ ମିଲିଭଗତ୍’’

କଂଗ୍ରେସର ସାଙ୍ଗଠନିକ ପରିବର୍ତନ କରାଯିବା ଓ ପୂର୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଦାବିକୁ ନେଇ ଦଳରେ ଏତେବଡ଼ ଝଡ଼ ଆସିବ ଏ କଥା କୌଣସି କଂଗ୍ରେସ ନେତା କେବେ କଳ୍ପନା କରି ନ ଥିଲେ । ଦଳର ଅସନ୍ତୁଷ୍ଟ ନେତାମାନେ କେବେ ଏପରି ପରିସ୍ଥିତି ସୃଷ୍ଟି ହେବ ବୋଲି ବି ଭାବି ନ ଥିଲେ । ଦଳର କିଛି ନେତା ବିଜେପି ସହ ମିଶିଛନ୍ତି ‘‘ଭାଜପା ସେ ମିଲିଭଗତ’’ କରିଛନ୍ତି ବୋଲି ରାହୁଳଙ୍କ ତଥାକଥିତ ମନ୍ତବ୍ୟକୁ ନେଇ ଉତକ୍ଷିପ୍ତ ହୋଇଥିବା   ଦୁଇ ନେତା କପିଲ ସିବ୍ବଲ ଓ ଗୁଲାମ ନବୀ ଆଜାଦ ରାହୁଳ ଏ କଥା କହି ନାହାନ୍ତି ବୋଲି ସଫେଇ ଦେଇଛନ୍ତି । ସୋନିଆ ଗାନ୍ଧୀ ‘‘ଚିଠି’’ ପ୍ରସଙ୍ଗକୁ ଉଲ୍ଲେଖ କରି ଏଥିରେ ଆହତ ହୋଇଥିଲେ ହେଁ ଏକ ପରିବାରରେ ଏପରି ହୁଏ ବୋଲି କହି ମାମଲାକୁ ଥଣ୍ଡା କରିବା ଦିଗକୁ ଦିଶା ନିର୍ଦେଶ କରିଛନ୍ତି । କପିଲ ସିବ୍ବଲ ଏହି ପ୍ରସଙ୍ଗରେ କରିଥିବା ଟ୍ବିଟ୍ ଅପସାରଣ କରି ନେଇଛନ୍ତି ଓ ଗୁଲାମନବୀ ଆଜାଦ ଟ୍ବିଟ କରି ରାହୁଳ ଏପରି କିଛି କଥା କହି ନାହାନ୍ତି ବୋଲି ନିଜ ପକ୍ଷରୁ ସଫେଇ ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯଦି ରାହୁଳ ଏପରି କଥା କହି ନାହାନ୍ତି, ତେବେ ଏ କଥା କହିଲା କିଏ ? ଗଣମାଧ୍ୟମକୁ ଏ କଥା ଆସିଲା କେମିତି ? ସାତଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରୁ ଆଉ କିଏ ଏହି କଥା କହିଛି କି ? ଏମିତି ଅନେକ ପ୍ରଶ୍ନ କଂଗ୍ରେସ ନେତୃତ୍ବକୁ ବିବ୍ରତ କରିଛି ।

- Advertisement -

ସିଡ଼ବ୍ଲୁସି ବୈଠକ ଚାଲିଥିବା ସମୟରେ କପିଲ୍ ସିବ୍ବଲଙ୍କ ଏକ ଟ୍ବିଟ୍ ପୁରା କଂଗ୍ରେସ ସଙ୍ଗଠନ ଓ ଦେଶରେ ଝଡ଼ ସୃଷ୍ଟି କରିଥିଲା। ଏଥିରେ ସେ ଦଳ ପ୍ରତି ନିଜ ନିଷ୍ଠାକୁ ଉଲ୍ଲେଖ କରିବା ସହ ୩୦ ବର୍ଷ ଧରି ଦଳରେ ରହିଥିଲେ ହେଁ ବିଜେପି ସମର୍ଥନରେ ପଦଟିଏ କହି ନାହାନ୍ତି, ରାଜସ୍ଥାନ ପ୍ରସଙ୍ଗରେ ଅଦାଲତରେ କଂଗ୍ରେସର ପକ୍ଷ ରଖିଛନ୍ତି, ଏହା ସତ୍ବେ ତାଙ୍କ ଉଦ୍ଦେଶ୍ୟରେ ‘‘ବିଜେପି ସେ ମିଲିଭଗତ’’ ପରି ଶବ୍ଦ ପ୍ରୟୋଗ କରାଯାଇଥିବା ଉଲ୍ଲେଖ କରି ଏକ ଟ୍ବିଟ୍ କରିଥିଲେ । ମାତ୍ର ପରେ କପିଲ ସିବଲ ଟ୍ବିଟ ଅପସାରଣ କରି ନେଇଥିଲେ ।  ରାହୁଳ ତାଙ୍କୁ ଫୋନ କରି ଏପରି କିଛି କହି ନ ଥିବା କହିଛନ୍ତି ବୋଲି କହିବାରୁ ସେ ଟ୍ବିଟ୍ ଅପସାରଣ କରିଥିବା ପରେ କହିଥିଲେ ।

ସେହିପରି ବିଜେପି ସହ ‘‘ମିଲିଭଗତ’’ ବା ‘‘ସାଁଠଗାଁଠ’’ ପ୍ରସଙ୍ଗରେ ଉତକ୍ଷିପ୍ତ ହୋଇଥିଲେ ଗୁଲାମ ନବୀ ଆଜାଦ । କହିଥିଲେ ଯଦି ଏହା ପ୍ରମାଣିତ ହୁଏ ତେବେ ସେ ଦଳରୁ ଇସ୍ତଫା ଦେଇଦେବେ । ମାତ୍ର ପରବର୍ତୀ ସମୟରେ ଶ୍ରୀ ଆଜାଦ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ସୁରକ୍ଷା ଦେବାକୁ ଡ଼େଇଁ ପଡ଼ିଥିଲେ । ଗଣମାଧ୍ୟମରେ ଏପରି ଚର୍ଚାକୁ ନିରାଧାର ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ମିଡ଼ିଆର ଗୋଟିଏ ଗୋଷ୍ଠୀ ସିଡ଼ବ୍ଲ୍ୟୁସି ବୈଠକରେ ମୁଁ ନେତୃତ୍ବ ପରିବର୍ତନ ସଂକ୍ରାନ୍ତ ଚିଠି ବିଜେପି ସହ ବୁଝାମଣା କରି ଲେଖିଥିବା ପ୍ରମାଣ କରିଦେଲେ ଦଳରୁ ଇସ୍ତଫା ଦେବି ବୋଲି ରାହୁଳଙ୍କୁ କହିଥିବା କଥା ମିଛ ବୋଲି ଶ୍ରୀ ଆଜାଦ କହିଥିଲେ । ଏହା ସହ ସେ କହିଥିଲେ ଯେ ରାହୁଳ ଏପରି କିଛି ଅଭିଯୋଗ କରିନାହାନ୍ତି କିମ୍ବା ମୁଁ ଯାହା କହିଛି ବୋଲି କୁହାଯାଉଛି ତାହା ମଧ୍ୟ ମୁଁ କହିନାହିଁ । ଏପରିକି ରାଜସ୍ଥାନରେ ରାଜନୈତିକ ସମସ୍ୟା ଓ ସୋନିଆଜୀଙ୍କ ଅସୁସ୍ଥତା ସମୟରେ ଚିଠି ଲେଖାକୁ ନେଇ ରାହୁଳ କୌଣସି ଟିପ୍ପଣୀ ଦେଇ ନାହାନ୍ତି କିମ୍ବା କ୍ରୋଧିତ ହୋଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ବୋଲି ଶ୍ରୀ ଆଜାଦ କହିଥିଲେ ।

ତେବେ ପ୍ରଶ୍ନ ଉଠୁଛି ଯଦି ରାହୁଳ ଏହି କଥା କହିନାହାନ୍ତି ତେବେ କେଉଁ ସୂତ୍ରରୁ ଏହା ବାହାରକୁଆସିଲା? ଆଉ କିଏ ଏହି ପ୍ରସଙ୍ଗରେ କିଛି କହିଥିଲେ କି ?  ବିନା ନିଆଁରେ ଧୂଆଁ ଉଠିଲା କେମିତି ? ଦଳର କାର୍ଯ୍ୟକାରୀ କମିଟିରେ ଯୋଗ ଦେଇଥିବା ଜଣେ ଶୀର୍ଷ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାସ୍ତବରେ ଏପରି କିଛି କଥା କେହି ସିଧାସଳଖ କହି ନାହାନ୍ତି । ତେବେ କଂଗ୍ରେସ ସାଂସଦ ତଥା ଗୋଆରେ ଦଳର ପର୍ଯ୍ୟବେକ୍ଷକ ଏ.ଚେଲ୍ଲା କୁମାର ନିଜ ଅଭିଭାଷଣ ସମୟରେ ‘‘ନେତୃତ୍ବ ପରିବର୍ତନ ଚିଠି’’ ପ୍ରସଙ୍ଗ ଉଠାଇଥିଲେ ଓ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ପ୍ରତି ଇଙ୍ଗିତ କରିଥିଲେ । ମାତ୍ର ଏହି ସମୟରେ ସେ ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ ତାହା ଗୁଲାମ ନବୀ ଆଜାଦଙ୍କ ପ୍ରତି ଇସାରା କରିଥିଲା । ଏହାପରେ ଦଳରେ ଏପରି ଝଡ଼ ସୃଷ୍ଟି ହୋଇଥିଲା ।

କୃଷ୍ଣଗିରିର ଲୋକସଭା ସାଂସଦ ତଥା ଗୋଆ ପ୍ରଭାରୀ ଚେଲ୍ଲା କୁମାର ନିଜ ଭାଷଣରେ କହିଥିଲେ ଯେ ଗତବର୍ଷ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ସବୁ ନେତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ମାତ୍ର ଗୁଲାମ ନବୀ ଆଜାଦ କେବେ ଗିରଫ ହୋଇ ନ ଥିଲେ । ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ମହେବୁବା ମୁଫତି ଦୀର୍ଘ ସମୟ ଧରି ନଜରବନ୍ଦୀ ହୋଇରହିଲେ । ଏବେ ବି ମେହେବୁବା ନଜରବନ୍ଦୀ ଅଛନ୍ତି । ମାତ୍ର ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ରହିବା ସତ୍ବେ ଆଜାଦଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ଚେଲ୍ଲାକୁମାର କହିଥିଲେ । ସେ ସିଧାସଳଖ ନ କହିଲେ ମଧ୍ୟ ବୁଲେଇବାଲେଇ ବିଜେପି ସରକାର ଆଜାଦଙ୍କ ପ୍ରତି କାହିଁକି ନରମ ମନୋଭାବ ପୋଷଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ବାସ୍ ଏହି କଥା ହିଁ ‘‘ଭାଜପା ସେ ସାଁଠଗାଁଠ’’ ପରି ପ୍ରସଙ୍ଗକୁ ପରିବର୍ତିତ ହୋଇ ଯାଇଥିଲା । ଦଳର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଆଜାଦଙ୍କ ସ୍ଥିତି ଓ ସ୍ଥାନ ଯେହେତୁ ବେଶ ଉଚ୍ଚ, ତେଣୁ ଦଳରେ ତାଙ୍କର ବିରୋଧୀମାନେ ନିଜନିଜ ଆଭିମୁଖ୍ୟରେ ଏହାକୁ ଭିନ୍ନ ରୂପେ ପରିବର୍ତନ କରିଦେଲେ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories