କଲମପୁର: ରିତିମତ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଉଛି। ମଙ୍ଗଳବାର ଥୁଆମୁଳ ରାମପୁରର ଜନୈକ ୪୦ ବର୍ଷୀୟ ଦୋକାନୀ କରୋନା ଭୁତାଣୁ ସଂକ୍ରମିତ ହେଇଥିବା ଜଣାପଡିବା ପରେ ମଙ୍ଗଳବାର ସଂଧ୍ୟା ୬ରୁ ଗୁରୁବାର ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଦୀର୍ଘ ୪୮ ଘଣ୍ଟା ପାଇଁ ଥୁଆମୁଳ ରାମପୁରକୁ ସ୍ଥାନୀୟ ସରପଂଚ ସଟଡାଉନ ଘୋଷଣା କରିଛନ୍ତି। ଯା ଫଳରେ ଆଗାମୀ ଶୁକ୍ରବାର ଦିନ (ଦଶମୀ ତିଥି) ଅବସରରେ ଥୁଆମୁଳ ରାମପୁର ଅଂଚଳର ଜନ ସାଧାରଣ ନୁଆଖାଇ ପର୍ବ ପାଳନ କରୁଥିବାରୁ ଏହି ପର୍ବ ପାଳନ ପ୍ରଭାବିତ ହେବା ସମ୍ଭାବନା କରାଯାଉଛି।
ଏହି ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିବାରୁ ବଂଚିତ ହେବେ। ଅନ୍ୟପଟେ ଆ୍କ୍ରାନ୍ତ ବ୍ୟକ୍ତି ଜଣକ ଭବାନୀପାଟଣା ବାସିନ୍ଦା ହେଇଥିବାରୁ ଭବାନୀପାଟଣାର କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ଅନ୍ୟପଟେ ଥୁଆମୂଳ ରାମପୁର ଅଂଚଳର କାହା କାହା ସଂସ୍ପର୍ଶରେ ସେ ଆସିଛନ୍ତି ତାହା ଏବେ ତଦନ୍ତ କରାଯାଉଛି। ସଂପୃକ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣାକୁ ନିଆଯାଇଛି।



