www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ କେଉଁ କଡ଼ ମାଡି ଶୋଇଲେ ମିଳେ ଉପକାର, ଦୂର ହୁଏ ଅନେକ ରୋଗ

ଭୁଲ ଅବସ୍ଥାରେ ପଡ଼ିଥିବାରୁ ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଆଜି ଆମେ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଲାଭ ମିଳିଥାଏ।

ସାରା ଦିନ ଚାଲା ବୁଲା କରିବା ଦ୍ବାରା ଆମେ କ୍ଳାନ୍ତ ହୋଇ ଶଯ୍ୟାରେ ଶୋଇପଡୁ। କିନ୍ତୁ କେଉଁ କଡ଼ ମାଡି ଶୋଇବା ଉଚିତ୍ ସେଥିପ୍ରତି ଧ୍ୟାନ ଦେଉନାହୁଁ। ବେଳେବେଳେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ଲୋକ ସିଧା ଶୋଇଥାନ୍ତି ଅର୍ଥାତ୍ ଉପରକୁ ମୁହଁ କରି ଏବଂ କିଛି ଡାହାଣ କିମ୍ବା ବାମ କଡ଼ ମାଡି ଶୋଇଥାନ୍ତି । ଭୁଲ ଅବସ୍ଥାରେ ଶୋଇବା ଦ୍ବାରା ଅନେକ ଥର ଆମ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଲାଭ ହୋଇଥାଏ |

- Advertisement -

– ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ବୋଲି ବିବେଚନା କରାଯାଏ । ଏହା ହୃଦୟ ଉପରେ ଅଧିକ ଚାପ ପକାଏ ନାହିଁ ଏବଂ ଉତ୍ତମ କାମ କରିବାକୁ ସକ୍ଷମ ହୋଇଥାଏ ।

– ପ୍ରାୟତଃ ଲୋକମାନେ ରାତିରେ ଭୋଜନ ପରେ ତୁରନ୍ତ ଶୋଇବାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼ ମାଡି ଶୋଇଥାନ୍ତି, ତେବେ ଆପଣଙ୍କର ଖାଦ୍ୟ ଧୀରେ ଧୀରେ ହଜମ ହୁଏ । କାରଣ ହଜମ ପ୍ରକ୍ରିୟା ଶରୀରର ବାମ ପାର୍ଶ୍ୱରେ ହୋଇଥାଏ ଏବଂ ହୃଦୟ ମଧ୍ୟ ବାମ ପାର୍ଶ୍ୱରେ ରହିଥାଏ । ଆହୁରି ମଧ୍ୟ, ଆପଣଙ୍କ ଶରୀରର ତାପମାତ୍ରା ମଧ୍ୟ ଠିକ୍ ରୁହେ। କିନ୍ତୁ ଅପରପକ୍ଷେ ଯେତେବେଳେ କେହି ଡାହାଣ କଡ଼ ମାଡି ଶୋଇଥାଏ, ସେତେବେଳେ ଖାଦ୍ୟ ଅତି ଶୀଘ୍ର ହଜମ ହୁଏ, ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

– ଶୋଇବା ସମୟରେ ତକିଆ ଉପରେ ସିଧା ହୋଇ ବା ଉପରକୁ ମୁହଁ କରି ଶୋଇବା ଉଚିତ୍ ନୁହେଁ। କାରଣ ଏହା ଆପଣଙ୍କ ନଳ ହାଡକୁ ସିଧାସଳଖ ପ୍ରଭାବିତ କରିଥାଏ । ଯଦି ଆପଣ ବାମ କଡ଼ ମାଡି ଶୋଉଛନ୍ତି ତେବେ ଆପଣଙ୍କର ନଳ ହାଡ ସିଧା ରହିଥାଏ ଏବଂ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ।

– ସେହିପରି କିଛି ଲୋକଙ୍କ ଅଭ୍ୟାସ ଥାଏ ପେଟ ମାଡି ଶୋଇବା। ପେଟ ମାଡି ଶୋଇବା ଉଚିତ୍ ନୁହେଁ, ଏହା ଦ୍ବାରା ଶରୀରରେ ଅଧିକ କ୍ଷତି ହୋଇଥାଏ। କାରଣ ପେଟରେ ଶୋଇବା ଦ୍ବାରା ପେଟ ଉପରେ ଶରୀରର ଅଧିକ ଓଜନ ପଡିଥାଏ, ଯେଉଁଥିପାଇଁ ହୃଦୟ ସମ୍ବନ୍ଧୀୟ ରୋଗର ଭୟ ଥାଏ ।

– ଗର୍ଭବତୀ ମହିଳାମାନଙ୍କ ପାଇଁ ବାମ ପାର୍ଶ୍ୱରେ ଶୋଇବା ଭଲ । କାରଣ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଏହା ବ୍ୟତୀତ ଗୋଇଠି, ହାତ ଏବଂ ପାଦ ଫୁଲିବା ସମସ୍ୟା ହୋଇ ନ ଥାଏ।

– ଅନେକ ଥର ସଠିକ୍ ଭାବରେ ଶୋଇ ନ ଥିବାରୁ ଅମ୍ଳ ଜନିତ ସମସ୍ୟା ଦେଖାଯାଏ । ବାମ କଡ଼ ମାଡି ଶୋଇବା ଦ୍ୱାରା ଅମ୍ଳ ଉପରକୁ ଆସିବା ପରିବର୍ତ୍ତେ ତଳକୁ ଯାଏ, ଯାହା ଦ୍ବାରା ଏସିଡିଟି ଓ ହୃଦଘାତର ଭଳି ସମସ୍ୟା ହୁଏ ନାହିଁ ।

– ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି, ତେବେ ବାମ କଡ଼ି ମାଡି ଶୋଇବା ଦ୍ୱାରା ଆରାମ ମିଳିଥାଏ । ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ସକାଳେ ପେଟ ସଫା ହେବା ସହଜ ହୋଇଥାଏ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories