www.samajalive.in
Wednesday, December 10, 2025
16.1 C
Bhubaneswar

ସଞ୍ଚୟ କରିବାରେ କେଉଁ ରାଶି ଅଧିକ ସତର୍କ ?

ଗ୍ରହ, ରାଶି, ନକ୍ଷତ୍ରର ପ୍ରଭାବ ଆମ ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ ବୋଲି ଅଧିକାଂଶଙ୍କ ବିଶ୍ବାସ। ଏକବିଂଶ ଶତାବ୍ଦୀରେ କେତେକ ବର୍ଗର ଲୋକ ଏସବୁକୁ ଗ୍ରହଣ କରୁନଥିବାବେଳେ ଅନ୍ୟ କେତେଜଣ ରାଶି-ନକ୍ଷତ୍ରର ପ୍ରଭାବକୁ ଗମ୍ଭୀରତାର ସହ ଗ୍ରହଣ କରିଥାନ୍ତି। କାଶୀର ଜନୈକ ପଣ୍ଡିତଙ୍କ ମତରେ ଯେପରି ବିଭିନ୍ନ ରାଶିର ଲୋକଙ୍କ ସ୍ବଭାବ, ଚିନ୍ତାଧାରା ଭିନ୍ନଭିନ୍ନ। ଠିକ୍ ସେହିପରି ଖର୍ଚ୍ଚ ଓ ସଞ୍ଚୟ କରିବାରେ ମଧ୍ୟ ସେମାନଙ୍କ ବିଭିନ୍ନତାକୁ ପରିଲକ୍ଷିତ କରିହୋଇଥାଏ।

  • ବୃଷ ରାଶିର ବ୍ୟକ୍ତିମାନେ ସ୍ବଭାବରେ କଞ୍ଜୁସ୍ କିମ୍ବା କୃପଣ ନୁହନ୍ତି। ହେଲେ ସେମାନେ ସଞ୍ଚୟ କରିବାରେ ଖୁବ୍ ସିଦ୍ଧହସ୍ତ। ଅଯଥା ଖର୍ଚ୍ଚ କରିବାରୁ ଦୂରେଇ ରହୁଥିବା ବୃଷ ରାଶିର ଲୋକ ଯେ କୌଣସି କଠିନ ପରିସ୍ଥିିତିରେ ମଧ୍ୟ ଦୃଢ଼ ରହୁଥିବାର ଦେଖାଯାଏ। ଏହି ରାଶିଧିକାରୀମାନେ ଅନ୍ୟଙ୍କୁ ଅଭାବ, ଅସୁବିଧାରେ ସାହାଯ୍ୟ କରିଥାନ୍ତି।
  •  କର୍କଟ ରାଶିର ଅଧିକାରୀ ନିଜ ଜ୍ଞାତିପରିଜନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି। ଏମାନେ ମଧ୍ୟ ସଞ୍ଚୟ କରିବା ସହ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ସବୁସମୟରେ ମହଜୁଦ୍ ରଖିବାକୁ ପସନ୍ଦ କରନ୍ତି।
  •  ସେହିପରି ଅନ୍ୟ ଦୁଇ ରାଶି ହେଲେ ମକର ରାଶି ଓ କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତି ନିଜ ଆୟ ଓ ବ୍ୟୟକୁ ନେଇ ସତର୍କ ରହିଥାନ୍ତି। କୁମ୍ଭ ରାଶିର ବ୍ୟକ୍ତି ସଞ୍ଚୟ ନ କଲେ ଅସ୍ତବ୍ୟସ୍ତ ହୋଇଯାନ୍ତି।
  •  ସେହିପରି ଖର୍ଚ୍ଚ କରିବାରେ ତୁଳା ରାଶିର ପୁରୁଷ ଓ ମୀନ ରାଶିର ମହିଳାମାନେ ଆଗରେ ଥାନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories