www.samajalive.in
Monday, December 15, 2025
26.1 C
Bhubaneswar

ହ୍ବାଟ୍‌ସ୍ ଆପ୍‌ରେ ନୂଆ ସାଇବର ଠକେଇ, କେବିସିରେ ୨୫ ଲକ୍ଷ ଟଙ୍କା ବିଜେତାର ପ୍ରଲୋଭନ

ଭୁବନେଶ୍ବର: ସାଇବର ଅପରାଧୀ ଗୋଟିଏ ପରେ ଗୋଟିଏ ନୂଆ କୌଶଳ ଆପଣାଇବାରେ ଲାଗିଛନ୍ତି। ଫୋନ୍‌ ପେ, ଗୁଗୁଲ୍‌ ପେ, ପେଟିଏମ୍‌, ଅଶ୍ଲୀଳ ଫଟୋ ପଠାଇ ବ୍ଲାକ୍‌ ମେଲ୍‌ କରିବା, ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମର କୌଶଳ ପରେ ଏବେ ହ୍ବାଟ୍‌ସ୍‌ ଆପ୍‌ରେ ଉପହାର ବିଜେତା ହୋଇଥିବା ନେଇ ଏକ ଅଡିଓ ମେସେଜ୍‌ ସହିତ ଫଟୋ ସାଇବର ଅପରାଧୀ ପ୍ରେରଣ କରୁଛନ୍ତି। ହ୍ବାଟ୍‌ସ୍ ଆପ୍‌ରେ ଆସିଥିବା ମେସେଜ୍ ଅନୁସାରେ କେବିସିରେ ମନୋନୀତ ହୋଇଥିବା ସୌଭାଗ୍ୟଶାଳୀ ବିଜେତା ଭାବେ ଆପଣଙ୍କ ନମ୍ବରକୁ ବଛା ଯାଇଛି। ୨୫ ଲକ୍ଷ ଟଙ୍କାର ଉପହାର ପାଇବା ଲାଗି ହେଲେ ଫଟୋରେ ପ୍ରଦର୍ଶିତ ନମ୍ବରକୁ ମୋବାଇଲ୍‌ ଫୋନ୍‌ରେ ସେଭ୍ କରିବା ପରେ ଉକ୍ତ ନମ୍ବରକୁ ହ୍ବାଟ୍‌ସ୍‌ଆପ୍‌ ମାଧ୍ୟମରେ କଲ୍ କରି କେମିତି ଆପଣ ଟଙ୍କା ପାଇବେ ପରାମର୍ଶ ନେଇପାରିବେ। ଏଭଳି ନୂତନ ଶୈଳୀରେ ଆରମ୍ଭ ହୋଇଛି ସାଇବର ଠକେଇ।

 

- Advertisement -

ବ୍ୟାଙ୍କର କର୍ମଚାରୀ ଭାବେ ଗ୍ରାହକଙ୍କୁ ଟେଲିଫୋନ୍‌ କରି ଏଟିଏମ୍‌ର କାର୍ଡ ନମ୍ବର, ଓଟିପି ନେଇ ଠକେଇ କରାଯାଉଥିଲା। ତେବେ ଏଭଳି ଢଙ୍ଗରେ ଠକେଇ କରୁଥିଲେ ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ। ଦିନକୁ ଦିନ ଜନସାଧାରଣ ସଚେତନ ହେଉଥିବାରୁ ସାଇବର ଅପରାଧୀ ନୂତନ କୌଶଳ ଆପଣାଇବାରେ ଲାଗିଛନ୍ତି। ପ୍ରମୁଖ ଅଭିନେତା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ କେବିସି ବାହାନାରେ ଆରମ୍ଭ ହୋଇଛି ଠକେଇ। ହ୍ବାଟ୍‌ସ୍‌ ଆପ୍‌ରେ ଗ୍ରାହକଙ୍କ ନିକଟକୁ ଏକ ପୋଷ୍ଟର ପଠାଯାଉଛି। ଯେଉଁଥିରେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଥିବା ବେଳେ ଅନ୍ୟପଟେ ଅମିତାଭଙ୍କ ଫଟୋ ରହିଛି। ମୁକେଶ ଅମ୍ବାନିଙ୍କ ଜିଓ ବିଭାଗ ପକ୍ଷରୁ ଏହି ଉପହାର ପ୍ରଦାନ କରାଯାଉଛି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।
ସାଧାରଣ ଉକ୍ତ ପୋଷ୍ଟରକୁ ପଢ଼ିବା ପରେ ନିଶ୍ଚିତ ଭାବେ ଭ୍ରମରେ ପଡ଼ିଯିବ। ତେବେ ଏଭଳି ମେସେଜ୍‌ ପାଇବା ପରେ ଜଣେ ଗଣମାଧ୍ୟମ ପ୍ରତିନିଧି ସାଇବର ଅପରାଧୀଙ୍କର ଏହା ନୂଆ କୌଶଳ ହୋଇଥିବା ନେଇ ସନ୍ଦେହ କରି ଜଣେ ସାଇବର ବିଶେଷଜ୍ଞଙ୍କ ସହିତ ଏସବୁ ଆଲୋଚନା କରିଥିଲେ। ଏହା ଏକ ନୂତନ ଶୈଳୀର ଠକେଇ ବୋଲି ସେ ମତ ଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories