www.samajalive.in
Wednesday, December 10, 2025
16.1 C
Bhubaneswar

ସିଏଏକୁ ନେଇ ମମତାଙ୍କୁ ଝଟକା : ଏନଆରସି ବିରୋଧୀ ବିଜ୍ଞାପନ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା : ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗରେ ଜୋରଦାର ଆନ୍ଦୋଳନ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସୋମବାର ଏକ ବଡ଼ ଝଟକା ଲାଗିଛି। ପଶ୍ଚିମବଙ୍ଗ ସରକାର ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ରାଜ୍ୟରେ ଲଗାଇଥିାବା ସମସ୍ତ ବିଜ୍ଞାପନକୁ ତୁରନ୍ତ ହଟାଇବା ପାଇଁ ସୋମବାର ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଆସିବା ପରଠାରୁ ହିଁ ମମତା ବାନାର୍ଜୀ ଏହାକୁ ବିରୋଧ କରୁଛନ୍ତି। ଏହି ବିରୋଧ ପ୍ରଦର୍ଶନ ପଶ୍ଚିମବଙ୍ଗରେ ତୀବ୍ର ହିଂସାର ରୂପ ନେଇଛି। ଏ ସମ୍ପର୍କରେ ସିଏଏକୁ ବିରୋଧ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହା ବିରୋଧରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମମାନଙ୍କରେ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଥିଲା। ତେବେ ଏହି ପ୍ରଚାର ଅଭିଯାନ ବିରୋଧରେ କୋଲକାତା ହାଇକୋର୍ଟରେ ୬ଟି ପିଟିସନ ଦାଖଲ ହୋଇଥିଲା। ଉକ୍ତ ପିଟିସନ ଗୁଡିକର ବିଚାର କରି ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories