www.samajalive.in
Thursday, December 11, 2025
14.1 C
Bhubaneswar

ବିଦ୍ୟୁତ୍‍ ବିଲ୍‍ ଆଦାୟ ନାଁରେ ମରଣାନ୍ତକ ଆକ୍ରମଣ – ଜଣେ ଗୁରୁତର

ସମ୍ବଲପୁର: ବିଦ୍ୟୁତ ବିଭାଗ ତରଫରୁ ବିଜୁଳି ଦେୟ ଆଦାୟ କରିବା ପାଇଁ ନିୟୋଜିତ ବେସରକାରୀ ଠିକା ସଂସ୍ଥାମାନେ ଗ୍ରାହକମାନଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ପ୍ରାୟତଃ ଆସୁଛି। କିନ୍ତୁ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ବିଜୁଳି ଦେୟ ଆଦାୟ ନାମରେ ବିଦ୍ୟୁତ ବିଭାଗ ତରଫରୁ ନିୟୋଜିତ ବେସରକାରୀ ସଂସ୍ଥା ଦ୍ୱାରା ଗୁଣ୍ଡାଗିରିର ଘଟଣା ସମ୍ମୁଖକୁ ଶନିବାର ଦିନ ଆସିଛି। ସୂଚନାନୁଯାୟୀ, ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଅଞ୍ଚଳର ଆଶିଷ କୁମାର ଗୁପ୍ତା ସବୁ ଦିନ ଭଳି ନିଜ ହୋଟେଲ କ୍ରିଷ୍ଣାର କାଉଣ୍ଟରରେ ବସିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ୨୦ ରୁ ୨୫ଜଣ ଯୁବକ ଆସି ତାଙ୍କୁ ବିଦ୍ୟୁତ ବିଲ ପୈଠ କରିବା ପାଇଁ କହି ଧମକଚମକ ଦେଇଥିଲେ। ଆଶିଷ ଯୁବକମାନଙ୍କୁ ତାଙ୍କର ପରିଚୟ ଓ ଆଇଡି କାର୍ଡ ମାଗିବାରୁ ସେମାନେ ଉତ୍ୟକ୍ତ ହୋଇ ଉଚ୍ଚବାଚ ଆରମ୍ଭ କରିଦେଇଥିଲେ। ହଠାତ ସେମାନେ ସଂଘବଦ୍ଧ ହୋଇ ଆଶିଷଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏକ ବୋତଲ ସାହାଯ୍ୟରେ ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ବେଳେ ପାଖରେ ଥିବା ଛୁରୀରେ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।

ଏହା ସହିତ ସେମାନେ ହୋଟେଲ ମଧ୍ୟରେ ଆଶିଷଙ୍କ ବାପା କ୍ରିଷ୍ଣା ପ୍ରସାଦ ଓ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କିନ୍ତୁ କୌଣସି ମତେ ଆଶିଷ ନିଜର ଜୀବନ ବଞ୍ଚାଇ ଅଇଁଠାପାଲୀ ଥାନାକୁ ପହଞ୍ଚି ଘଟଣା ସର୍ମ୍ପକରେ ଅଭିଯୋଗ କରିଥିଲେ। ପୁଲିସ ଏ ସର୍ମ୍ପକରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାର ପ୍ରୟାସ କରୁଥିବା ବେଳେ ଗୁରୁତର ଆହତ ଆଶିଷ ଏବେ ଚିକିତ୍ସାରତ ଅଛନ୍ତି। ବିଦ୍ୟୁତ ସେବା ଦେବାରେ ବିଫଳ ୱେସକୋ ବିଭାଗ କିନ୍ତୁ ବିଜୁଳି ଦେୟ ଆଦାୟରେ କୌଣସି ପ୍ରକାରର ତ୍ରୃଟି ବିଚ୍ୟୁତି ରଖି ନାହିଁ। ବିଜୁଳି ଦେୟ ଆଦାୟ ପାଇଁ ଗୁଣ୍ଡା ନିୟୋଜିତ କରି ଜୋର ଜବରଦସ୍ତି ଆଦାୟ କରୁଥିବାରୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ଘଟଣା ସେହି ଅଭିଯୋଗ ଉପରେ ମୋହର ମାରି ଦେଇଛି ବୋଲି ସହରବାସୀ ମତ ପ୍ରକାଶ କରୁଛନ୍ତି। ଏଣୁ ଏଭଳି ଘଟଣାର ଯେଭଳି ପୁର୍ନାବୃତ୍ତି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories