www.samajalive.in
Tuesday, December 9, 2025
26.1 C
Bhubaneswar

କମଳେଶ ତିୱାରୀ ହତ୍ୟାକାଣ୍ଡ – ପାକିସ୍ତାନ ସମ୍ପୃକ୍ତି ସନ୍ଦେହ

ନୂଆଦିଲ୍ଲୀ: ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଆସାମୀ ରଶିଦ ପଠାନର ପାକିସ୍ତାନ ସମ୍ପର୍କ ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦୁବାଇର ଯେଉଁ କମ୍ପାନୀରେ ରଶିଦ ପଠାନ କାମ କରୁଥିଲା, ସେହି କମ୍ପାନୀର ମାଲିକ ଜଣେ ପାକିସ୍ତାନୀ। ଏଭଳି ସୂଚନା ଆସିବା ପରେ ଏଟିଏସ ରଶିଦର ପାକିସ୍ତାନ ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ କରିଛି।

କମଳେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ, ଅନ୍ୟ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୁଲିସ ସେମାନଙ୍କୁ ଗୁଜୁରାଟର ସୁରତରୁ ଗିରଫ କରିଛି। ଏହା ଛଡ଼ା ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ପୁଲିସ ନାଗପୁର ଓ ସୁରତରୁ ଠାବ କରିଛି। ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, କମଳେଶ ତିୱାରୀ ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories