ମେଷ: ବିଜ୍ଞ ବ୍ୟକ୍ତିଭାବେ ଦକ୍ଷତା ପ୍ରତିପାଦନ କରିବେ। ଉଚ୍ଚକୋଟୀର ଭାଷା ବ୍ୟବହାର କରିପାରନ୍ତି। ବିନୟୀ ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ। ଦେବ ଗୁରୁଭକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ସନ୍ମାର୍ଗୀ ହେବେ।
ବୃଷ: ଅପାର ଗୁଣର ଆଧାର ହୋଇପାରନ୍ତି। ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଜଣେ ମହାନ୍ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ।
ମିଥୁନ: ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବସ୍ତ୍ର ସହିତ ଧନଲାଭର ସୂଚନା ମିଳୁଛି। ଭୋଜନ ସୁଖ ମିଳିବ। ସୁଖ ଓ ପ୍ରସିଦ୍ଧି ପ୍ରାପ୍ତ ହେବେ।
କର୍କଟ: ନିଜ ବଳାର୍ଜିତ ଧନଭୋଗ କରିପାରନ୍ତି। ଧନବାନ୍ ହେବେ। ସାହସୀ ହେବେ। ପରସେବା କରିପାରନ୍ତି। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ପରୋପକାରୀ ହେବେ।
ସିଂହ: ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସଙ୍ଗୀତଜ୍ଞ ହୋଇପାରନ୍ତି। କର୍ମପଟୁ ହେବେ। ସତ୍ଚରିତ୍ରବାନ୍ ହୋଇପାରନ୍ତି। ଦାତା ଓ ଭୋକ୍ତା ହେବେ। ଧୀରେ ସୁସ୍ଥେ କାର୍ଯ୍ୟ କରିବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ।
କନ୍ୟା: ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ବଳିଷ୍ଠ ହେବେ। ସ୍ବାସ୍ଥ୍ୟବାନ୍ ହେବେ। ସୁସ୍ଥ ଓ ନିରାମୟ ହେବେ। ଉତ୍ତମ ଭୋଜନରେ କ୍ଳେଶ ଦୂର କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
ତୁଳା: ତୀର୍ଥଯାତ୍ରାରେ ଅଧିକ ବ୍ୟୟ କରିପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ। ଶତ୍ରୁ ପଛରେ ଲାଗି ରହିବେ। ଗୁଣ ପ୍ରଦର୍ଶନ କରିବାରେ ବିଫଳ ହୋଇପାରନ୍ତି। ଲୁହା, ପଥର ଇତ୍ୟାଦି ବ୍ୟବସାୟରୁ ସ୍ବଳ୍ପ ଧନ ପ୍ରାପ୍ତ ହୋଇପାରନ୍ତି।
ବିଛା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ଶତ୍ରୁ ବିନାଶ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍ ହେବେ।
ଧନୁ: ସରକାରୀ ଅର୍ଥ ପ୍ରାପ୍ତ ହେବେ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ସେବାକାରୀ ହେବେ ଓ ପରୋପକାରୀ ହେବେ। ଭୋଜନଦାତା ହେବେ।
ମକର: ଧନବାନ୍ ହେବେ। ମହିଳାମାନଙ୍କ ନେତୃତ୍ବ ନେଇ ପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ଦର୍ଶନୀୟ ହେବେ। ଭୋଗ ବିଳାସ କରିପାରନ୍ତି। ତେଜୀୟାନ୍ ହେବେ। ଉତ୍ତମ ବସ୍ତ୍ରାଦିଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ।
କୁମ୍ଭ: କ୍ଷମାଶୀଳ ହୋଇପାରନ୍ତି। ସନ୍ମାର୍ଗୀ ହେବେ। ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ସାମାନ୍ୟ ଶାରୀରିକ କ୍ଲେଶ ଭୋଗ କରିବେ। ସତ୍ପଥଗାମୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ। ସତର୍କତାର ଦିନଟି ଆଜି।
ମୀନ: ଶୀଳ ଧନପ୍ରାପ୍ତ ହେବେ। ସ୍ଥିର ସ୍ବଭାବର ହୋଇପାରନ୍ତି। ବିଜ୍ଞ ଲୋକଙ୍କ ଦ୍ବାରା କବଳିତ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଶାସ୍ତ୍ରାନୁରକ୍ତ ହେବେ। ଶତ୍ରୁ ବିନାଶ କରିପାରନ୍ତି।