www.samajalive.in
Thursday, December 11, 2025
23.1 C
Bhubaneswar

୧୦ରୁ ୟୁଜି ଓ ପିଜି ପାଠପଢା : ୮ରୁ ଖୋଲିବ ହଷ୍ଟେଲ, ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରକୋପ କମୁଥିବାବେଳେ ସ୍ନାତକ(ୟୁଜି/ଯୁକ୍ତ ୩) ଓ ସ୍ନାତକୋତ୍ତର (ପିଜି) ଶେଷବର୍ଷ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ଠାରୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ସହ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖାଯାଇ ପାଠପଢ଼ା, ପରୀକ୍ଷା ତାରିଖ, ଏକାଡେମିକ କ୍ୟାଲେଣ୍ଡର ସମ୍ବନ୍ଧରେ ଅବଗତ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ ତିନି ବର୍ଷିଆ ୟୁଜି(+୩) ପାଠ୍ୟକ୍ରମର ତୃତୀୟ ସେମିଷ୍ଟର ଓ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ପଞ୍ଚମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୧୭ରେ ସରିବ। ଛାତ୍ରଛାତ୍ରୀଙ୍କର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ମଧ୍ୟରେ ହେବ। ମୂଲ୍ୟାୟନ କରାଯିବା ପରେ ମେ’ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।
୨୦୨୦-୨୧ ଶିକ୍ଷାବର୍ଷର ପିଜି ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୦ରୁ ଆରମ୍ଭ ହୋଇ ଜୁନ୍‌ ୫ ପର୍ଯ୍ୟନ୍ତ ଚାଲିବ। ଜୁନ୍‌ ୭ରୁ ୧୯ ମଧ୍ୟରେ ପରୀକ୍ଷା ହୋଇ ଜୁଲାଇ ୨୦ ସୁଦ୍ଧା ଫଳ ବାହାରିବ। ସେହିପରି ଦ୍ବିତୀୟ ସେମିଷ୍ଟର ପାଠପଢ଼ା ଜୁନ୍‌ ୨୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହୋଇ ଅକ୍ଟୋବର ୧ରୁ ୧୧ ମଧ୍ୟରେ ପରୀକ୍ଷା ଏବଂ ନଭେମ୍ବର ୧୦ରେ ଫଳ ପ୍ରକାଶ ପାଇବ।
ଅନ୍ୟପକ୍ଷରେ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ପଞ୍ଚମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢା ଆସନ୍ତା ୧୦ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୧୯ରୁ ୩୦ ମଧ୍ୟରେ ପରୀକ୍ଷା ହୋଇ ମେ’ ୩୧ ସୁଦ୍ଧା ଫଳ ବାହାରିବ। ସେହପରି ୟୁଜି ଓ ପିଜି ପାଠ୍ୟକ୍ରମର ସବୁ ସେମିଷ୍ଟରର ପାଠପଢା ଓ ପରୀକ୍ଷା ତାରିଖ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ୟୁଜିର ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୮ ତାରିଖରୁ ହଷ୍ଟେଲ ଖୋଲିବ।
ନିୟମିତ ଭାବେ କ୍ଲାସରୁମ୍‌ ପାଠପଢ଼ା ଜାରି ରହିବା ସହ ପାଠ୍ୟକ୍ରମର ସମସ୍ତ ବିଷୟକୁ ପଢ଼ାଯିବ। ଶ୍ରେଣୀଗୃହ ପାଠପଢ଼ା ବେଳେ ଆବଶ୍ୟକ ସ୍ଥଳେ ରେକର୍ଡିଂ କରାଯିବ। ଏହାଦ୍ବାରା ଅନୁପସ୍ଥିତ ଛାତ୍ରଛାତ୍ରୀ ଭବିଷ୍ୟତରେ ବିଷୟ ସହଜରେ ପଢ଼ିପାରିବେ। ଶିକ୍ଷାନୁଷ୍ଠାନରେ ବିଭାଗ ପକ୍ଷରୁ ଜାରି କୋଭିଡ୍‌-୧୯ ମାର୍ଗଦର୍ଶିକା ପାଳନ କରାଯିବ। ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ କୋଭିଡ୍‌-୧୯ ନିୟମାବଳୀକୁ ପାଳନ କରିବେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories