ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ – ଆଇଏମଡି ଡିଜି
ଭୁବନେଶ୍ୱର : ରାଜ୍ୟରେ ଖରାର ପ୍ରଭାବ ଜାରି ରହିଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ ମାସରେ ଲଘୁଚାପ ହେଲେ ତୀବ୍ରତା ବଢିବାର ସମ୍ଭାବନା ଅଧିକ ଥାଏ। ତେଣୁ ୬ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ। ଏହା କେତେ ତୀବ୍ର ହେବ ଓ କେଉଁ ଆଡେ ଗତି କରିବ ତାହା ଏବେ ସ୍ପଷ୍ଟ ହୋଇ ନାହିଁ। ମେ’ ମାସରେ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Comments are closed.