ଶୀତରୁ ସାମାନ୍ୟ ଆଶ୍ୱସ୍ତି ; ସବୁଠୁ ଥଣ୍ଡା ସହର ସୁନ୍ଦରଗଡ
ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମିଳିଲା ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଗତ କିଛିଦିନ ମଧ୍ୟ ପ୍ରବଳ ଜାଡ ଅନୁଭବ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଏହାସହ ୯ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ଥିବା ନେଇ ରେକର୍ଡ କରାଯାଇଛି। ୮ ଡିଗ୍ରୀ ତାପମାତ୍ରା ସହ ସୁନ୍ଦରଗଡ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡି ଓ ଫୁଲବାଣୀରେ ତାପମାତ୍ରାରେ ୮.୫ ଡିଗ୍ରୀ। ଟିଟିଲାଗଡ ୮.୫, ବୌଦ୍ଧ ୧୦, କେନ୍ଦୁଝର ୧୦.୪, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ଝାରସୁଗୁଡାରେ ତାପମାତ୍ରା ୧୧ ଡିଗ୍ରୀ। କଟକରେ ୧୩.୫ ଓ ଭୁବନେଶ୍ୱରରେ ତାପାମତ୍ରା ୧୪.୬ ରେକର୍ଡ କରାଯାଇଛି।
Comments are closed.