www.samajalive.in
Saturday, December 6, 2025
19.1 C
Bhubaneswar

ମାସ୍କ ପିନ୍ଧିବା, ବିନା ଲକ୍‌ଡାଉନ୍‌ରେ କରୋନା ମୁକାବିଲା କରିବା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ମାସ୍କ ପିନ୍ଧିବା ଓ ବିନା ଲକ୍‌ଡାଉନ୍‌ରେ ଆମେ କରୋନା ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କଠାରୁ ଦୁଇଗୁଣା ଜୋରିମାନା ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

- Advertisement -

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏବେ କୋଭିଡ୍‌ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେଲାଣି। ଏହା ବହୁତ ଶୀଘ୍ର ବ୍ୟାପୁଛି। ଆମ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। କିନ୍ତୁ ଆମେ ଯଦି କୋଭିଡ୍‌ ନିୟମ ମାନିବା ମାସ୍କ ଠିକ୍‌ ଭାବରେ ପିନ୍ଧିବା ତେବେ ବିନା ଲକ୍‌ଡାୁନ୍‌ରେ କରୋନା ସଂକ୍ରମଣକୁ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା। ୧୪ ଦିନ ଯଦି ଆମେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ। ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍‌ ଭାବରେ ମାସ୍କ ପିନ୍ଧିବା। କିନ୍ତୁ ବେକରେ ଝୁଲାଇକରି ନୁହେଁ। ପୁରା ନାକ ଓ ମୁହଁକୁ କଭର କରି ପିନ୍ଧିବା। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ତେବେ ଯାଇ ଆମେ କରୋନାକୁ ଜିତିପାରିବା। ଏଥିପାଇଁ ମା’ମାନଙ୍କୁ ମୋର ବିଶେଷ ଅନୁରୋଧ ଆପଣଙ୍କ ପରିବାରର ଲୋକମାନେ ବିଶେଷ କରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍‌ ଭାବରେ ମାସ୍କ ପିନ୍ଧବେ ସେଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ ମାନେ ସତର୍କ ହେଲେ କରୋନା କେବେ ବି ଆମ ଘର ଭିତରକୁ ଆସିପାରିବ ନାହିଁ। ସରକାର ବାହାରେ ଜମିଛନ୍ତି, ମା’ମାନେ ଘରେ ଜଗନ୍ତୁ। ଆପଣ କୁହନ୍ତୁ କିଛି ଲୋକଙ୍କ ଅବହେଳା ପାଇଁ ସାରା ସମାଜ କାହିଁକି ଲକ୍‌ଡାଉନ୍‌ ଭଳି ପରିସ୍ଥିତିର ସମ୍ମୁଖୀନ ହେବ? ମାସ୍କ ଠିକ୍‌ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କଠାରୁ ଜରିମାନା ନିଶ୍ଚୟ ଆଦାୟ କରିବା ପାଇଁ ମୁଁ ପୁଳିସ ଓ ପ୍ରଶାସନକୁ ନିର୍ଦେଶ ଦେଲେ। ମାସ୍କ ନ ପିନ୍ଧିଲେ ଏବେ ଦୁଇଗୁଣ ଜରିମାନା ଆଦାୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କବଚ। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଟିକା ନେଇଛନ୍ତି ସେମାନେ ମ୍ୟ ମାସ୍କ ପିନ୍ଧନ୍ତୁ। ତା’ହେଲେ ଯାଇ ଆପଣ ବିନା ଲକ୍‌ଡାଉନ୍‌ରେ କରୋନାକୁ ରୋକି ପାରିବା। ଲକ୍‌ଡାୁନ୍‌ର ନେଗେଯିଭ୍‌ ଇମ୍ପାକ୍ଟ ପ୍ରତିହତ କରିପାରିବା। ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡ଼ିବ।
ଏବେ କରୋନାର ଦ୍ବିତୀୟ ଲହର ଚାଲିଛି। କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆରମ୍ଭ ହେଲାଣି। ତେଣୁ ଆଗକୁ କରୋନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହାନ୍ତି। ତେଣୁ ଆମେ ଆମର ଜୀବନ ଣୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା ମାସ୍କକୁ ଆମର ସାଥୀ କରିପାରିବା, ତେବେ ଆମେ ବିନା ଲକ୍‌ଡାଉନ୍‌ରୁ କରୋନା ବିପଦରୁ ରକ୍ଷା ପାଇପାରିବା। ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଗତବର୍ଷ ଏକବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ଵ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି। ମାନବ ଇତିହାସରେ ଏଭଳି ସଙ୍କଟ ନିକଟ ଅତିତରେ କେବେ ଆସିନଥିଲା। କୋଭିଡ୍‌ ସଂକ୍ରମଣର ପ୍ରଥମ ଲହର ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ୍‌ ଯୋଦ୍ଦାମାନଙ୍କର ଅସୀମ ତ୍ୟାକ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଳେ। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଥିଲା।
କୋଭିଡ୍‌ର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ କରିବାକୁ ପଡ଼ିଥିଲା। ଲକ୍‌ଡାଉନ୍‌ରେ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାଣିଜ୍ୟ ବ୍ୟବସାୟ କ୍ଷତିରେ ଚାଲିଥିଲା। ଗରିବ ଲୋକଙ୍କ ରୋଜଗାର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା। ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories