www.samajalive.in
Sunday, December 7, 2025
16.1 C
Bhubaneswar

ଅମାନିଆଙ୍କ ପାଇଁ ଜୋରିମାନା ବଢ଼ାଇଲେ ସରକାର : ମାସ୍କ ନ ପିନ୍ଧିଲେ ଅମାନିଆ ଗଣିବେ ୨ହଜାର ଓ ୫ହଜାର ତଣ୍ଡ

ଭୁବନେଶ୍ଵର: ଆଜି ରାଜ୍ୟବାସୀଙ୍କୁ ସମ୍ବେଧାନବେଳେ ମାସ୍କ ନ ପିନ୍ଧିଲେ ଜୋରିମାନେ ୨ଗୁଣା ଆଦାୟ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ମାସ୍କ ପିନ୍ଧୁନଥିବା ଅମାନିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ଜୋରିମାନା ପରିମାଣ ବଢ଼ାଇ ଦିଆଯାଇଛି। ମାସ୍କ ନ ପିନ୍ଧି ପ୍ରଥମ ଓ ଦ୍ବିତୀୟ ଥର ଧରାପଡ଼ିଲେ ଜୋରିମାନା ୨ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ତୃତୀୟ କିମ୍ବା ତା’ଠାରୁ ଅଧିକ ଥର ମାସ୍କ ନ ପିନ୍ଧି ଧରାପଡ଼ିଲେ ଜୋରିମାନା ୫ହଜାର ଟଙ୍କା ଆଦାୟ କରାଯିବ। ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଥର ପାଇଁ ଜୋରିମାନା ୧ହଜାର ଟଙ୍କା ରହିଥିଲା।


ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ମାସ୍କ ଠିକ୍‌ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କଠାରୁ ଜରିମାନା ନିଶ୍ଚୟ ଆଦାୟ କରିବା ପାଇଁ ମୁଁ ପୁଳିସ ଓ ପ୍ରଶାସନକୁ ନିର୍ଦେଶ ଦେଲେ। ମାସ୍କ ନ ପିନ୍ଧିଲେ ଏବେ ଦୁଇଗୁଣ ଜରିମାନା ଆଦାୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କବଚ। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଟିକା ନେଇଛନ୍ତି ସେମାନେ ମ୍ୟ ମାସ୍କ ପିନ୍ଧନ୍ତୁ। ତା’ହେଲେ ଯାଇ ଆପଣ ବିନା ଲକ୍‌ଡାଉନ୍‌ରେ କରୋନାକୁ ରୋକି ପାରିବା। ଲକ୍‌ଡାୁନ୍‌ର ନେଗେଯିଭ୍‌ ଇମ୍ପାକ୍ଟ ପ୍ରତିହତ କରିପାରିବା। ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଯଦି କୋଭିଡ୍‌ ନିୟମ ମାନିବା ମାସ୍କ ଠିକ୍‌ ଭାବରେ ପିନ୍ଧିବା ତେବେ ବିନା ଲକ୍‌ଡାୁନ୍‌ରେ କରୋନା ସଂକ୍ରମଣକୁ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା। ୧୪ ଦିନ ଯଦି ଆମେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ। ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍‌ ଭାବରେ ମାସ୍କ ପିନ୍ଧିବା। କିନ୍ତୁ ବେକରେ ଝୁଲାଇକରି ନୁହେଁ। ପୁରା ନାକ ଓ ମୁହଁକୁ କଭର କରି ପିନ୍ଧିବା। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ତେବେ ଯାଇ ଆମେ କରୋନାକୁ ଜିତିପାରିବ।

ଏବେ କରୋନାର ଦ୍ବିତୀୟ ଲହର ଚାଲିଛି। କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆରମ୍ଭ ହେଲାଣି। ତେଣୁ ଆଗକୁ କରୋନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହାନ୍ତି। ତେଣୁ ଆମେ ଆମର ଜୀବନ ଣୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା ମାସ୍କକୁ ଆମର ସାଥୀ କରିପାରିବା, ତେବେ ଆମେ ବିନା ଲକ୍‌ଡାଉନ୍‌ରୁ କରୋନା ବିପଦରୁ ରକ୍ଷା ପାଇପାରିବା। ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories