www.samajalive.in
Friday, December 12, 2025
15.1 C
Bhubaneswar

ନାରୀ ଶିକ୍ଷା ଓ ସାମାଜିକ ଦାୟିତ୍ବବୋଧ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୩, ଚନ୍ଦ୍ରଶେଖର ପୁର ବି.ଡି.ଏ କଲୋନି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କାଉନସିଲ ଫର ସୋସିଓ ଇକୋନୋମିକ ୱେଲଫେୟାର(ଡବ୍ଲ୍ୟୁସିଏସଡବ୍ଲ୍ୟୁ) ପକ୍ଷରୁ ନାରୀ ସଶକ୍ତିକରଣ, ନାରୀ ଶିକ୍ଷା ତଥା ନାରୀ ମାନଙ୍କର ସାମାଜିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ଵ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୱାର୍ଡ ନମ୍ବର ୧୩ର ୮ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା- ବକ୍ତୃତା, ଚିତ୍ରାଙ୍କନ, ରଚନା ଏବଂ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା।

ଉକ୍ତ ଉତ୍ସବରେ ଡବ୍ଲ୍ୟୁସିଏସଡବ୍ଲ୍ୟୁ ର ସଂପାଦିକା ନିବେଦିତା ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ଉପଢୌକନ ଓ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପୂର୍ବତନ କର୍ପୋରେଟର ମହୋଦୟ, ସିଡବ୍ଲ୍ୟୁସିର ସଭ୍ୟା ମାନସୀ ପାଢ଼ୀ, ଡବ୍ଲ୍ୟୁସିଏସଡବ୍ଲ୍ୟୁର ସଭ୍ୟା ତପସ୍ଵିନୀ ମହାନ୍ତି ଏବଂ ବିଏମସି ଜାଗୃତିର ପ୍ରକଳ୍ପ ସଂଯୋଜକ  ପ୍ରବେଶ କୁମାର ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗୋଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories