www.samajalive.in
Wednesday, November 19, 2025
29.1 C
Bhubaneswar

କାମରେ ଆସୁନି ବୃହତ ଉଠା ଜଳସେଚନ ପ୍ରକଳ୍ପ

ଆଗଲପୁର : ବଲାଙ୍ଗିର ଜିଲା ଅନ୍ତର୍ଗତ ଆଗଲପୁର ଅଙ୍ଗ ନଦୀର କୁଟେନଘାଟରେ ନିର୍ମିତ ବୃହତ ଉଠା ଜଳସେଚନ ପ୍ରକଳ୍ପ  ଚାଲୁ କରି ଚାଷ ଜମିକୁ ଗତ ଖରିଫ ଋତୁରୁ ଜଳଯୋଗାଣ ହୋଇଆସୁଛି। କିନ୍ତୁ ଚାଷୀଙ୍କ ଆବଶ୍ୟକତା ସମୟରେ ଜଳ ଯୋଗାଣ ସମ୍ଭବ ହୋଇପାରୁନାହିଁ।

୨୦୧୭ ମସିହା ନଭେମ୍ବର ୨୦ତାରିଖ ପୂର୍ବତନ ଲୋଇସିଂହା ବିଧାୟକ ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଶିଳାନ୍ୟାସ ସମୟରେ ଭୁବନେଶ୍ୱରରୁ ଆସିଥିବା  ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତଙ୍କ ସୂଚନା ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହଜାରେ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଆଗଲପୁର, ଗୁଡିମୁଣ୍ଡା, ଗୁହିରାମୁଣ୍ଡା, ରେଙ୍ଗାଲି, ମହଖଣ୍ଡ ଓ ଇଂସା ଗ୍ରାମକୁ ଜଳସେଚନ ବ୍ୟବସ୍ଥା ହେବ। ପ୍ରକଳ୍ପର ନିର୍ମାଣ ଦାୟିତ୍ତ୍ୱ ଏଲଏନଟି କମ୍ପାନୀକୁ ଦିଆଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ଯେଉଁ ସର୍ଭେ କରାଯାଇଥିଲା। ସେହି ଜମି ମଧ୍ୟରୁ ମହଖଣ୍ଡ ଗ୍ରାମର କେତେ ଜମିକୁ ବାଦ ଦେବାରୁ ପ୍ରଥମେ ମହଖଣ୍ଡ ଗ୍ରାମବାସୀ ପ୍ରକଳ୍ପକୁ ବିରୋଧ କରିଥିଲେ। ପ୍ରକଳ୍ପକୁ ଆଗକୁ ନେଉଥିବା ସମୟରେ ମହଖଣ୍ଡ ଗ୍ରାମବାସୀ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରି ଏସମ୍ପର୍କରେ ବଲାଙ୍ଗିର ଜିଲାପାଳ, ସାଂସଦଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏହାପରେ ୩ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ହେବା ପରେ ପୁଣି କାର୍ଯ୍ୟ ଚାଲୁ କାରାଯାଇଥିଲା।

- Advertisement -

ଚାଷୀଙ୍କ ଅଭିଯୋଗ ଅନୁସାରେ, ଚାଷ ଜମିର ଉପରମୁଣ୍ଡରେ ଟାଙ୍କି ନିର୍ମାଣ ପାଇଁ ନିୟମ ରହିଥିବା ବେଳେ କେତେକ ସ୍ଥାନରେ ତଳମୁଣ୍ଡରେ ଟାଙ୍କି ନିର୍ମାଣ କରାଯାଇଥିବାରୁ ଉପରମୁଣ୍ଡକୁ ପାଣି ଯିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଏହି ସବୁ ଅଭିଯୋଗକୁ ନଶୁଣି ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରି ପ୍ରକଳ୍ପକୁ ପାଣି ଯିବା ପାଇଁ ନଦୀ ଖଣ୍ଡିରେ ଏକ ଟାଙ୍କି ନିର୍ମାଣ କରାଯାଇଛି। କିନ୍ତୁ ନଦୀରେ ୪/୫ ଫୁଟ ପାଣି ଆସିଲେ ଟାଙ୍କିକୁ ପାଣି ଆସିବ ଓ ଚାଷ ଜମିକୁ ଜଳସେଚିତ ହୋଇପାରିବ। ପ୍ରକଳ୍ପକୁ ୨୦୧୮ ସେପଟେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟାନାୟକ ଉଦ୍ଘାଟନ କରିଥିଲେ। ଉଦଘାଟନ ସମୟରେ ଅଙ୍ଗ ନଦୀରେ ପାଣି ଥିବାରୁ ପ୍ରକଳ୍ପରେ ପାଣି ଚାଲୁ କରାଯାଇଥିଲା। ପ୍ରକଳ୍ପ ଆରମ୍ଭ ହେବା ପରେ ଚାଷୀମାନଙ୍କ ମନରେ ଉତ୍ସାହ ଖେଳି ଯାଇଥିଲା। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରି ପାଣି ଟାଙ୍କି ନିର୍ମାଣ କରିବା ପରେ ଚାଷୀମାନଙ୍କ ମନରେ ଉଚିତ ସମୟରେ ପାଣି ପାଇ ପାରିବେ ନାହିଁ ବୋଲି  ଚିନ୍ତାର କରାଣ ହୋଇପଡିଥିଲା। ସେହି ସମୟରେ ଚାଷୀମାନେ ତ୍ରୁଟିକୁ ସୁଧାରିବା ପାଇଁ ତତ୍କାଳୀନ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ପ୍ରଥମରୁ ଧାନ ଚାଷ ଆରମ୍ଭ ସମୟରେ ଏହା ପ୍ରକଳ୍ପ ଚାଲି ପାରିବ ନାହିଁ। ବର୍ଷା ହେଲା ପରେ ନଦୀରେ ୪/୫ ଫୁଟ ପାଣି ଆସିଲେ ପ୍ରକଳ୍ପ ଚାଲିବ। ଧାନ ମରୁଡି ସମୟରେ ନଦୀର ପାଣି ଧାର ବନ୍ଦ ହୋଇଯାଇଥିବ ସେହି ସମୟରେ ମଧ୍ୟ ପ୍ରକଳ୍ପ ଚାଲିପାରିବ ନାହିଁ।  ଏବିଷୟରେ ଅଞ୍ଚଳର ଚାଷୀମାନେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ ପୂର୍ବତନ ସାଂସଦ  ବିଭାଗୀୟ ଅଧିକାରୀଙ୍କ ସହିତ ଯୋଯୋଗ କରି ପ୍ରକଳ୍ପ ନିର୍ମାଣ ହୋଇଥିବା ସ୍ଥାନରେ ଏକ ଚେକ ଡ୍ୟାମ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ସେତିକିରେ ସୀମିତ।

Hot this week

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ...

Related Articles

Popular Categories