www.samajalive.in
Saturday, December 6, 2025
26.1 C
Bhubaneswar

ଆଦିବାସୀ ଅଞ୍ଚଳରେ ଜଳ ସଙ୍କଟ, ୨କିମି ଦୂର ଝରଣା ଉପରେ ନିର୍ଭର କରୁଛନ୍ତି ଲୋକେ

ଗୁଣପୁର: ଆଦିବାସୀ ଅଞ୍ଚଳରେ ରାସ୍ତାଘାଟ, ପିଇବା ପାଣି ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପଦକ୍ଷେପ ନେବା କଥା କହୁଛନ୍ତି ହେଲେ ଏବେବି ଅନେକ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ କି ପିଇବା ପାଣି ମଧ୍ୟ ମିଳୁନାହିଁ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଚୁଲିପଡା ଗ୍ରାମରେ।

ପାଣି ପାଇଁ ଚାଲିଛି ସଂଘର୍ଷ। ଗ୍ରୀଷ୍ମର ପ୍ରକୋପ ବଡିବା ସାଙ୍ଗକୁ ବଡିବାରେ ଲାଗିଛି ଜଳକଷ୍ଟ। ସକାଳ ହେଲେ ଏଠାରେ ପାଣି ପାଇଁ ଚିନ୍ତା। ହାତରେ ବାଲଟି, ହାଣ୍ଡି, ମାଠିଆ ଧରି ୨କିମି ଦୂରରେ ଥିବା ଝରଣା ପାଣିକୁ ଭରସା। ଗ୍ରାମରେ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର। ଗ୍ରାମରେ ଗୋଟିଏ ନଳକୂପ। ଆଉ ସେହି ନଳକୂପକୁ ସୋଲାର ସାହାଯ୍ୟରେ ପାଣି ଯୋଗାଉଥିବା ଦେଖିବାକୁ ମିଳିଛି। ହେଲେ ଏବେ ନଳକୂପରୁ ପାଣି ୧୦ହାଣ୍ଡି ବାହାରିବା ପରେ ଆଉ ବାହାରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ପାଣି ପାଇଁ ପାହାଡ ତଳେ ଥିବା ଝରଣାପାଣି ଉପରେ ନିର୍ଭର କରୁଥିବା ଏଠାକର ଲୋକେ କହିଛନ୍ତି। ପ୍ରଶାସନ ପିଇବାପାଣି ଯୋଗାଇବା ପାଇଁ ଏଠାକାର ଲୋକେ ନିବେଦନ କରିଛନ୍ତି।

- Advertisement -

କେବଳ ପିଇବା ପାଣି ନୁହଁ ଏଠାରେ ମଧ୍ୟ ଭଲରାସ୍ତାଟିଏ ମଧ୍ୟ ନାହିଁ। ଫଳରେ ଜରୁରୀ ସମୟରେ ଘାଟି ରାସ୍ତାରେ ରୋଗୀଙ୍କୁ ଖଟିଆରେ ଆଣୁଥିବା ଏଠାକାର ଲୋକେ କହିଛନ୍ତି। ତେବେ ଏ ସଂପର୍କରେ ଗୁଡାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା କାମ NREGAରେ ଚାଲୁଛି ଓ ପାଣି ସମସ୍ୟା ଅତି ଶୀଘ୍ର ଦୂର ହେବ ବୋଲି ସେ କହିଛନ୍ତି। ତେବେ ଆଦିବାସୀ ଅଞ୍ଚଳରେ ବର୍ଷବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କେବେ ଏଠାରେ ସ୍ଥାୟୀ ପ୍ରତିକାର ଦିଗରେ ଧ୍ୟାନ ନେବ ତାହା ଏବେ ଦେଖିବାକୁ ବାକି ରହିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories