www.samajalive.in
Sunday, December 7, 2025
23.1 C
Bhubaneswar

ଚୁଆ ପାଣି ଭରସାରେ ଗୌଡ଼ପାତଲମ୍ବାବାସୀ

କଲ୍ୟାଣସିଂହପୁର: ଗ୍ରୀଷ୍ମପ୍ରବାହରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଜଳାଭାବର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଗୌଡ଼ପାତଲମ୍ବାରେ । ପ୍ରାୟ ୪୬ ବର୍ଷ ହେବ ଗୌଡ଼ପାତଲମ୍ବାରେ ପ୍ରାୟ ୫ ଘର ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଗାଁରେ ନଳକୂପ ଖଣ୍ଡିଏ ହୋଇପାରି ନାହିଁ । ଯାହାଫଳରେ ଗ୍ରାମବାସୀ ସୁଧ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି । ଏହି ଲୋକମାନେ ଗାଁ ନିକଟ ଦେଇ ନିୟମଗିରି ପାହାଡ଼ରୁ ବୋହି ଆସୁଥିବା ପାତଲମ୍ବା ନାଳରେ ଗାଧୋଇବା ସହ ଶୌଚ କରୁଥିବା ବେଳେ ତାହାର ନିକଟରେ ଏକ ପଥର ମଝିରେ ଚୁଆ କରି ସେଥିରୁ ପାଣି ନେଇ ଘରେ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଖରା ଯୋଗୁ ନାଳ ଶୁଖିଯାଉଥିବା ବେଳେ ଚୁଆର ପାଣି ମଧ୍ୟ ସୁଖି ଯାଉଛି ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ଚୁଆ ନିକଟରେ ଏକ କୁକୁରର ମୃତଦେହ ପଡ଼ିଥିଲେ ମଧ୍ୟ ଭାଗ୍ୟକୁ ଆଦରି ସେହି ପାଣିକୁ ବ୍ୟବହାର କରୁଛନ୍ତି । ଏହି ଚୁଆର ପାଣି ଶୁଖିଗଲେ ଗାଁଠାରୁ ପ୍ରାୟ ୧ କିମି ପାହାଡିଆ ରାସ୍ତା ଅତିକ୍ରମ କରି ପାଣି ଆଣିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି ।

ଏବିଷୟରେ ପଞ୍ଚାୟତଠାରୁ ବ୍ଲକ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ବାରମ୍ବାର ଲିଖିତ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି । ବହୁ ବାର ଅଭିଯୋଗ ପରେ ଗତ ବର୍ଷ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ନଳକୂପ ଗାଡି ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । କୌଣସି କାରଣରୁ ନଳକୂପ ଗାଡି ଫେରାଇ ନେଇଯାଇଥିବା ଗାଁର ଗୌରାଙ୍ଗ ବାଗ, କପୁର ବାଗ, ଚିତ୍ର ବାଗ, ପିତାମ୍ବର ବାଗ, ଅଜିତ ବାଗ, ରାଜେଶ ବାଗ କହିଛନ୍ତି । ଏବିଷୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଲିମାଙ୍କୁ ବାରମ୍ବାର ଯୋଗାଯୋଗ କଲେ ଫୋନ ଉଠାଉ ନାହାନ୍ତି । ଏବିଷୟରେ ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ସେ କହିଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥା ହୋଇ ସମସ୍ୟାର ସମାଧାନ କରାଯିବ । ଏ ବିଷୟରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ୫, ୬ଘରକୁ ନଳକୂପ ଯୋଗାଇ ଦେବାର ନିୟମ ନାହିଁ। ଗ୍ରାମବାସୀଙ୍କ ତରଫରୁ ଲିଖିତ ଭାବେ ଦେଲେ ଜଳ ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରାଯିବ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories