କପାସପଡ଼ା-ଭୀମକୁଣ୍ଡ ରାସ୍ତାରେ ଚାଲିଲା ପାଣି 

ପାଟଣା ୨୪/୯: ମଙ୍ଗଳବାର ଅପରାହ୍ନରେ ସୀତା ନଦୀରେ ପ୍ରବଳ ପାହାଡିଆ ଜଳ ପ୍ରବାହିତ ହେବାରୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଢେଙ୍କିକୋଟ ନିକଟସ୍ଥ କପାସପଡ଼ା- ଭୀମକୁଣ୍ଡ ରାସ୍ତାରେ ନୁଆପଡ଼ା ନିକଟସ୍ଥ ପୁରୁଣା ସୀତାନଦୀ ପୋଲ ଉପରେ ୩ଫୁଟ ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଏହି ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମଧ୍ୟ ଗନ୍ତବ୍ୟ ସ୍ଥଳକୁ ଯାଇପାରିନାହିଁ। ବର୍ଷା ଲାଗି ରହିଥିବାରୁ ଆଜି ଅପରାହ୍ନରେ ରାତି ୮ ଟା ଯାଏଁ ସୀତା ପୋଲ ଉପରେ ପାଣି ଚାଲୁଥିବା ଜଣାପଡିଛି।

Comments are closed.