ଦିଲ୍ଲୀବାସୀଙ୍କୁ କେଜରିୱାଲଙ୍କ ଦିପାବଳୀ ଭେଟି
ବିଦ୍ୟୁତ ବିଲ୍ ପରେ ଛାଡ ହେବ ବକେୟା ପାଣି ବିଲ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀ ବାସୀ ବାକି ରହିଥିବା ପାଣି ବିଲ୍ କୁ ଛାଡ କରାଯିବ। ପାଣି ବିଲ୍ ବକେୟା ରଖିଥିବା ଲୋକମାନେ ଏହାକୁ ଆଉ ପୈଠ କରିବେନାହିଁ। କିନ୍ତୁ ଯେଉଁମାନଙ୍କ ଘରେ ପାଣି ମିଟର ଲାଗିଥିବ, ସେହିମାନେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି, “ବିଲ୍ ଅର୍ଥ ଛାଡ଼ କରିବା ଯୋଜନା ନଭେମ୍ବର ୩୦ ଯାଏ କାର୍ୟ୍ୟକାରୀ ହେବ। ୨୦୧୯ ମାର୍ଚ୍ଚ ୩୧ ଯାଏ ବାକି ପଡ଼ିଥିବା ବିଲ୍ ବାବଦ ଅର୍ଥକୁ ଛାଡ଼ କରାଯିବ। ବର୍ତ୍ତମାନ ୧୦.୫ ଲକ୍ଷ ଲୋକ ଇ, ଏଫ, ଜି,ଏଚ୍ ଶ୍ରେଣୀରେ ରହିଛନ୍ତି। ସେମାନେ ବାକି ରଖିଥିବା ପାଣି ବିଲ୍ ଶତପ୍ରତିଶତ ଛାଡ଼ କରାଯିବ। ସେହିପରି ଏ ଓ ବି ଶ୍ରେଣୀରେ ଥିବା ଲୋକଙ୍କ ପାଇଁ ୨୫% ବିଲ୍ ବାବଦ ଅର୍ଥ ଏବଂ ସି କ୍ୟାଟାଗୋରୀରେ ଥିବା ଉପଭୋକ୍ତଙ୍କୁ ୫୦% ଅର୍ଥର ରିହାତି ଦିଆଯିବ। ଯେଉଁମାନେ ଏହାର ଫାଇଦା ନେବାକୁ ଚାହୁଁଛନ୍ତି, ସେମାନେ ନିଜ ଘରେ ପାଣି ମିଟର ଲଗାଇବା ପାଇଁ ପଡିବ ।ଏହି ନୂଆ ଯୋଜନା ଦ୍ୱାରା ଦିଲ୍ଲୀର ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହି ବ୍ୟବସ୍ଥା ଲାଗୁ ହେଲେ ୬୦୦ କୋଟି ଟଙ୍କା ଆଦାୟ ହେବ । ପୂର୍ବରୁ ଦିଲ୍ଲୀରେ ୫୮ ପ୍ରତିଶତ ଅଞ୍ଚଳରେ ପାଣି ପାଇପ ବିଛା ଯାଇଥିବା ବେଳ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୩ ପ୍ରତିଶତ ଅଞ୍ଚଳରେ ପାଣି ପାଇପ ବିଛା ଯାଇଛି। ଦିଲ୍ଲୀ ବାସୀଙ୍କୁ ୨୪ ଘଣ୍ଟିଆ ପାଣି ଯୋଗେଇ ଦେବା ପାଇଁ ଦିଲ୍ଲୀ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛିନ୍ତି। ଏଠାରେ ସୂଚନାଯୋଗ୍ୟ ବିଗତ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଛାଡ ଠୁ ଆରମ୍ଭ କରି ଡିଟିସ ବସ୍ ରେ ମହିଳା ଯାତ୍ରୀ ମାନଙ୍କ ପାଇଁ ମାଗଣା ଭଳି ବହୁ ବଡ ଘୋଷଣା କରିଛନ୍ତି।
Comments are closed.