www.samajalive.in
Saturday, December 6, 2025
26.1 C
Bhubaneswar

ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି କର୍ମେଲ ଡଙ୍ଗରୀଗୁଡା ଗ୍ରାମବାସୀ

କଲମପୁର : ହାତୀ ନଦୀ କୂଳରେ ଗାଁ। ହାତୀ ନଦୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ପାଇଁ ଏବେ ଚୀର ସ୍ରୋତା। କିନ୍ତୁ ସେହି ନଦୀ କୂଳରେ ଥିବା ଗାଁ କର୍ମେଲ ଡଙ୍ଗରୀଗୁଡା ଲୋକ ବିଶୁଦ୍ଧ ପାନୀୟ ଜଳ ଟିକକ ପାଇବା ପାଇଁ ବିକଳ ହେଉଛନ୍ତି। ଏହିଗାଁର ତଫସିଲ ଭୁକ୍ତ ଜାତି ଓ ଜନ ଜାତି ବର୍ଗର ୭୦ ପ୍ରତିଶତ ଲୋକ ବସବାସ କରନ୍ତି। ଗ୍ରାମର ଜନସଂଖ୍ୟା ୫ଶହରୁ ଅଧିକ ହେଇଥିବା ବେଳେ ୪ ଗୋଟି ନଳକୁପ ରହିଛି। କିନ୍ତୁ ଏହି ନଳକୁଅ ମଧ୍ୟରୁ କେଉଁଟା ସଚଳ ତ କେଉଁଟା ଅଚଳ। ଅନ୍ୟପଟେ ଗାଁରେ ଥିବା ଅନ୍ୟ ଏକ ଗଭୀର ନଳକୂପ ପାନୀୟ ଜଳ ପ୍ରକଳ୍ପ ବିଦ୍ୟୁତ୍ ବିଭ୍ରାଟ ଓ ଲୋ ଭୋଲଟେଜ ସମସ୍ୟା କାରଣରୁ ବହୁ ସମୟରେ ଅଚଳ। ଯେଉଁଠି ପାଇଁ ଲୋକଙ୍କ ବିଶୁଦ୍ଧ ପାନୀୟ ଜଳ ହିଦା ମେଣ୍ଟାଇବାରେ ବିଫଳ ହେଉଛି। ବାରମ୍ବାର ଲୋକେ ପାନୀୟ ଜଳ ର ସୁବିଧା ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କେହି ଅଧିକାରୀ ଶୁଣିବାକୁ ନାରାଜ। ପାନୀୟ ଜଳ ଯୋଗାଣ ବିଭାଗ ବିଦ୍ୟୁତ୍ ବିଭାଗକୁ ଦାୟୀ କରି ନିରବ ରହିଯାଉଥିବାରୁ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ହେଇ ପାରୁ ନାହିଁ। ଅନ୍ୟପଟେ ଗ୍ରାମାଂଚଳର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପଞ୍ଚାୟତର କିନ୍ତୁ ପଞ୍ଚାୟତ କର୍ମଚାରୀ ମଧ୍ୟ ନିରବ ଦର୍ଶକ ସାଜିଛନ୍ତି। ଯେଉଁଥି ପାଇଁ ଗ୍ରାମର ମହିଳାମାନେ ଅନେକ ସମୟରେ ହାତୀ ନଦୀର ବାଲି ଚୁଆରୁ ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ହାତୀ ନଦୀରେ ବନ୍ୟା ଆସିଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅମୃତ ଧାରା ଭଳି ବହୁ ଯୋଜନା କରିଛନ୍ତି। ରିତିମତ ଏହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ପରିତାପର ବିଷୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ପାଇବା ସପନ ହେଉଛି। ଗୋଟିଏ ଗୋଟିଏ ନଳକୂଅରେ ଶତାଧିକ ମହିଳା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ପାଣି ପାଇବା ପାଇଁ। ତେଣୁ ତୁରନ୍ତ ଏକ ଓଭରହେଡ ଟାଙ୍କି ନିର୍ମାଣ କରାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ଦାବି ହେଉଛି।

- Advertisement -

ଏନେଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଜନୈକ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ତାଙ୍କ ପାଖରେ ଏନେଇ କୌଣସି ଅଭିଯୋଗ ନଥିବା ଦର୍ଶାଇଥିଲେ। ଅନ୍ୟପଟେ ଏହି ଗାଁରେ ଏକ ଓଭରହେଡ ଟାଙ୍କି ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ସ୍ୱୀକାର କରିଥିଲେ। ଅନ୍ୟପଟେ ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ଏହି ବ୍ଲକର ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ନେଇ ପ୍ରସ୍ତାବ ସ୍ୱୀକୃତ ହେଇଥିବା ସୁଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories