www.samajalive.in
Saturday, December 6, 2025
16.1 C
Bhubaneswar

ବିଦ୍ୟୁତ ବିଭାଗ ଠିକା କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ; ନିରାଶ ଯୁବକ ମାନେ ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼: ଦେବଗଡ ବିଦ୍ୟୁତ ବିଭାଗ(ୱେସକୋ, ଦେବଗଡ ଡିଭିଜନ) ଅଧିନରେ ସର୍ଭିସ ପ୍ରୋଭାଇଡର ଜରିଆରେ ହୋଇଥିବା ଠିକା କର୍ମଚାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଆଜି ଦେବଗଡ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଆଜି ଏନେଇ ପ୍ରଦୀପ କୁମାର ପ୍ରଧାନ, ରାକେଶ ବେହେରା,ପୁଷ୍ପକ କୁମାର ଦେହୁରୀ, ମାନସ କୁମାର ପ୍ରଧାନ ଓପପୁନ କୁମାର ସାହୁଙ୍କ ସମେତ ବହୁ ଯୁବକ ଦେବଗଡ ଜିଲାପାଳଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।

ଏଥିସହ ସେମାନେ ଦେବଗଡ ସ୍ଥିତ ବିଦ୍ୟୁତ ବିଭାଗ ଡିଭିଜନ କାର୍ଯ୍ୟାଳୁକୁ ଯାଇ ନିର୍ବାହୀ ଯନ୍ତ୍ରୀଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ। ସେହିପରି ଅଭିଯୋଗ ପତ୍ରର ନକଲ ଜିଲା ଆରକ୍ଷୀ ଅଧିକ୍ଷକ ଓ ଦେବଗଡ ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।ସେମାନଙ୍କ ଅଭିଯୋଗ ଅନୁଯାୟୀ ୩୩/୧୧ କେଭି ଷ୍ଟ୍ରକ୍‍ଚର ଗୁଡିକରେ ଏନୁଆଲ ମେଣ୍ଟେନାନ୍ସ କାର୍ଯ୍ୟ କରିବା ନିମନ୍ତେ ଆଖଣ୍ଡଳମଣି ଇଲେକ୍ଟ୍ରିକାଲ୍ସ ଏଣ୍ଡ କନଷ୍ଟ୍ରକ୍ସନ କମ୍ପାନୀ ପକ୍ଷରୁ ଉପରୋକ୍ତ ଯୁବକ ମାନଙ୍କୁ ଚିଠି ନଂ-ଏଇସି/ୱେସକୋ୨୦-୨୧/୩୩୫ /୩୩୬/୩୩୭ ଦ୍ୱାରା ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହି ଣିଯୁକ୍ତି ପତ୍ର ପାଇବାପରେ ସେମାନେ ଗତ ୩ ତାରିଖରେ ବାରକୋଟ ଗ୍ରୀଡରେ କାର୍ଯ୍ୟରେ ଯୋଗଦାନ କରିବାସହ ୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ। ସେହିପରି ଅନ୍ୟ ଯୁବକ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ସେମାନଙ୍କର ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ମାତ୍ର ନିର୍ବାହୀ ଯନ୍ତ୍ରୀ ସେମାନଙ୍କର ନିଯୁକ୍ତିପତ୍ର ଗ୍ରହଣ କରିନଥିଲେ। ଅନ୍ୟପକ୍ଷରେ ପୂର୍ବରୁ ନିଯୁକ୍ତି ପାଇଥିବା କେତେକ ଯୁବକଙ୍କ ନିଯୁକ୍ତିପତ୍ରକୁ ଗତକାଲି(୮ାତାରିଖ)ଠାରୁ ରଦ୍ଧକରିବାସହ ଅର୍ଥ ଆଦାୟ କରି କେତେକ ନୂତନ ଯୁବକଙ୍କୁ ନିଯୁକ୍ତି ଦେବାକୁ ବିବାଗୀୟ କର୍ତ୍ତୃପକ୍ଷ ମସୁଧା ଚଳାଇଥିବା ସେମାନେ ଶୁଣିବାକୁ ପାଉଥିବା ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରିବା ସହ ଉକ୍ତ ଘଟଣାର ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ ଜଣାଇଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ଦେବଗଡ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କ ମତାମତ ଲୋଡିବାରୁ ନିଯୁକ୍ତି ପ୍ରଦାନ ପାଇଁ ସର୍ଭିସ ପ୍ରୋଭାଇଡରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ପ୍ରକାଶ କରିବା ସହ କୌଣସି ପ୍ରକାର ଅନିୟମିତତା ହୋଇନଥିବା ଉତ୍ତର ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories