www.samajalive.in
Saturday, December 6, 2025
23.1 C
Bhubaneswar

ତରଭୂଜର ମୂଲ୍ୟ ୧୮ ଲକ୍ଷ

ତରଭୂଜ ଏପରି ଏକ ଫଳ , ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ଏବେ ମଧ୍ୟ ଯଥେଷ୍ଟ ପରିମାଣରେ ବଜାରରେ ତରଭୂଜ ଉପଲବ୍ଧ। ବିଶେଷ କରି ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହେବା ସହ ଖରାଦିନେ ଏଭଳି ଫଳ ସେବନ ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିଥାଏ। ଅନ୍ୟାନ୍ୟ ବହୁ ଉପକାର କରିଥାଏ। ଏଥିରେ ପ୍ରାୟ ୯୫ ପ୍ରତିଶତ ଜଳ ରହିଥାଏ। ତରଭୂଜରେ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ସ ମଧ୍ୟ ରହିଥାଏ। ଏହାର ଦାମ ମଧ୍ୟ କମ ଥାଏ। ମାତ୍ର ନିକଟରେ ଜାପାନରେ ୨ଟି ପ୍ରଜାତିର ତରଭୂଜକୁ ପ୍ରାୟ ୧୮ ଲକ୍ଷ ଟଙ୍କାରେ କିଣାଯାଇଛି। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ………
ଜାପାନରେ ୟୁବାରୀ ତରଭୂଜର ଖୁବ ଚାହିଦା ରହିଛି। ପ୍ରତ୍ୟେକ ବର୍ଷ ଜାପାନରେ ଏହି ତରଭୂଜର ନିଲାମୀ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଜାପାନର ଉତ୍ତର ହୋକ୍କାଇଡୋରେ ମାତ୍ର ୨ଟି ୟୁବାରୀ ତରଭୂଜକୁ ପ୍ରାୟ ୧୮,୧୯,୭୧୨ରେ କିଣାଯାଇଛି। ପୂର୍ବ ବର୍ଷ ମଧ୍ୟ ଚଳିତ ବର୍ଷ ଠାରୁ ଅଧିକ ଦାମରେ ନିଲାମ କରାଯାଇଥିଲା। ନିଲାମୀର ଆୟୋଜକ କରିଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସମାନ ଆକାରର ଏହି ତରଭୂଜର ନିଜ ସ୍ୱାଦ ଓ ଗୁଣ ପାଇଁ ଏହାର ଖୁବ ଚାହିଦା ଓ ପ୍ରସିଦ୍ଧ।
ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରେ ଶୁମାର ୟୁବାରୀ ତରଭୂଜକୁ ଜାପାନର ୟୁବାରୀ ଅଞ୍ଚଳରେ ଚାଷ କରାଯାଇଥାଏ। ଏଠାକାର ଚାଷୀ ଫଳର ଆକାର ସହ ସୁନ୍ଦରତା ପ୍ରତି ସଜାଗ ରହିଥାଆନ୍ତି। ଭଲ ଦାମରେ ନିଲାମୀ ପାଇଁ ଏହି ଫଳକୁ ଏକଦମ ବୃତ୍ତାକାର ଓ ସୁନ୍ଦର ହେବା ଜରୁରୀ। ଏହି ଫଳକୁ ସମ୍ମାନର ସହ ଯୋଡି କରି ରଖାଯାଏ।
ଖରାଦିନେ ତରଭୂଜ କେବଳ ଖାଇବାକୁ ନୁହେଁ ବରଂ ଏହା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଶରୀରର ଜଳୀୟ ଅଂଶର ମାତ୍ରାକୁ ସଠିକ କରିବା ସହ ମାନସିକ ସୁସ୍ଥତା ମଧ୍ୟ ବଜାୟ ରଖିଥାଏ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories