www.samajalive.in
Friday, December 12, 2025
17.1 C
Bhubaneswar

‘ଭିଭୋ ୱାଇ-୯୫’ରେ ମିଳିବ ହଜାରେ ଟଙ୍କାର ରିଆତି

ନୂଆଦିଲ୍ଲୀ : ଭିଭୋର ନୂଆ ସ୍ମାର୍ଟଫୋନ ଭିଭୋ ୱାଇ-୯୫ରେ ହଜାରେ ଟଙ୍କାର ରିଆତି ମିଳିବ। କହିରଖୁଛୁ, ଏହାକୁ ମିଶାଇ ତୃତୀୟ ଥର ପାଇଁ ଏହି ଫୋନରେ ରିଆତି ଦିଆଯିବ। ରିଆତି ପରେ ଭିଭୋ ୱାଇ-୯୫ର ୧୪ହଜାର ୯୯୦ଟଙ୍କା ଫୋନକୁ ମାତ୍ର ୧୩ହଜାର ୯୯୦ଟଙ୍କାରେ ପାଇପାରିବେ। ଭାରତରେ ପ୍ରଥମେ ଏହି ଫୋନକୁ ୧୬୯୯୦ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା।

pic courtesy-technave

ଭିଭୋ ୱାଇ-୯୫ର ବିଶେଷତ୍ୱ
ଏହି ଫୋନରେ ୬.୨୨ଇଞ୍ଚର ୱାଟର ଡ୍ରପ ନଞ୍ଚ୍‍ ଏଚଡ଼ି ପ୍ଲସ ଡ଼ିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ରହିଛି। ଫୋନରେ ଆଣ୍ଡ୍ରଏଡ଼ ଓରିୟୋ ୮.୧ଆଧାରିତ ଫନଟଚ୍‍ ଓଏସ୍‍ ୪.୫ମିଳିବ। ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୪୩୯ପ୍ରୋସେସର, ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ମିଳିବ।

- Advertisement -
pic courtesy-lelong.my

ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ସେଲଫି ପାଇଁ ଫୋନରେ ୨୦ମେଗାପିକ୍ସେଲର କ୍ୟାମେରା ରହିଛି। ଯାହାର ଅଫର୍ଚର ଏଫ/୨.୦ରହିଛି। ଏହି ଫୋନରେ ୪୦୩୦ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ୱାଇ-ଫାଇ, ବ୍ଲୁ-ଟୁଥ, ଜିପିଏସ୍‍, ଏଫ୍‍ଏମ୍‍ ରେଡିଓ, ମାଇକ୍ରୋ ୟୁଏସବି ଏବଂ ୩.୫ଏମ୍‍ଏମ୍‍ ହେଡଫୋନ ଜ୍ୟାକ ମିଳିବ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories