www.samajalive.in
Friday, December 12, 2025
19.1 C
Bhubaneswar

ସାଉଦି ଆରବର ଦୁଇ ତେଲ ବୋଝେଇ ଜାହାଜ ଉପରେ ଆକ୍ରମଣ

ୱାଶିଂଟନ : ଆମେରିକା ଓ ଇରାନରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ରବିବାର ସାଉଦି ଆରବର ବଡ଼ କ୍ଷତି ଘଟିଛି। କୁହାଯାଉଛି ଯେ ସଂଯୁକ୍ତ ଆରବ ଇମିରେଟ୍ସର ସମୁଦ୍ର ତଟବର୍ତ୍ତୀ ଫୁଜାଇରାରେ ସାଉଦି ଆରବର ୨ଟି ତେଲ ଟ୍ୟାଙ୍କର ଜାହାଜ ଉପରେ ଆକ୍ରମଣ ହୋଇଛି। ତେବେ ଏହି ଆକ୍ରମଣ ପାଇଁ କି’ଏ ଦାୟୀ ତାହା ଜଣାପଡିନାହିଁ।
ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଉଲ ଫଲିହ କହିଛନ୍ତି ଯେ ରକେଟ୍‍ ମାଡ଼ ଯୋଗୁଁ ତାଙ୍କ ଦୁଇଟି ତେଲ ଜାହାଜ ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ତେଲ ଟ୍ୟାଙ୍କର ଭର୍ତ୍ତି ଦୁଇ ଜାହାଜ ଆରବ ସାଗରକୁ ଅତିକ୍ରମ କରୁଥିବାବେଳେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣ ପଛରେ ଆମେରିକା ହାତ ଥିବା ସନ୍ଦେହ କରାଯାଉଛି। ଇରାନ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛି।
ଇରାନ ସହ ଉତ୍ତେଜନା ଚରମସୀମାରେ ପହଞ୍ଚିବା ପରେ ଆମେରିକା ଆରବ ସାଗରରେ ଏକ ବୁଡ଼ାଜାହାଜ, ବି-୨ ବୋମାବର୍ଷଣକାରୀ ବିମାନ, ପୋଟ୍ରିୟଟ ମିଶାଇଲ ଡିଫେନ୍ସ ସିଷ୍ଟମ ମୁତୟନ କରିଛି। ୨୦୧୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ପରମାଣୁ ରାଜିନାମାକୁ ରଦ୍ଦ କରିଦେଇଥିଲେ। ସେବେଠାରୁ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଲାଗି ରହିଛି। ଆମେରିକା ଇରାନ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories