www.samajalive.in
Friday, December 12, 2025
19.1 C
Bhubaneswar

ରିଲିଜ୍‍ ହେଲା ‘କବୀର ସିଂହ’ର ଟ୍ରେଲର

ମୁମ୍ବଇ : ଶାହିଦ୍‍ କପୁର ଓ କିୟାରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଏଥିରେ ଶାହିଦଙ୍କୁ ଜଣେ ଜିଦିଆ ଓ ଏକ ପ୍ରକାର ପାଗଳ ପ୍ରେମିକ ଭୂମିକାରେ ଦେଖିବାକୁ ମିଳିଛି। ସନ୍ଦୀପ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‍। ୨ ମିନିଟ୍‍ ୪୩ ସେକେଣ୍ଡର ଏହି ଟ୍ରେଲରରେ ଶାହିଦ୍‍ ଖୁବ୍‍ ଉତ୍ୟକ୍ତ ଥିବା ନଜର ଆସିଛନ୍ତି। ଚଳଚ୍ଚିତ୍ରର ବିଶେଷତ୍ୱ ହେଉଛି ଏଥିରେ ପ୍ରଥମଥର ପାଇଁ ଶାହିଦଙ୍କ ପାଗଳାମୀ ଦେଖିବାକୁ ମିଳିବ। କିୟାରା ମଧ୍ୟ ଚଳଚ୍ଚିତ୍ରରେ ଉତ୍କୃଷ୍ଟ ଅଭିନୟ କରିଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଦର୍ଶକଙ୍କ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ‘କବୀର ସିଂହ’ ଚଳିତ ବର୍ଷ ୨୧ ଜୁନରେ ମୁକ୍ତିଲାଭ କରିବ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories