www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ଭିଭୋ ୱାଇ୫୧(୨୦୨୦)

ନୂଆଦିଲ୍ଲୀ : ଭିଭୋ ଇଣ୍ଡିଆର ନୂତନ ସ୍ମାର୍ଟଫୋନ୍ ଭିଭୋ ୱାଇ୫୧(୨୦୨୦) ଭାରତରେ ଲଞ୍ଚ ହୋଇଛି। ଏହାପୂର୍ବରୁ ଇଣ୍ଡୋନେସିଆ ଏବଂ ପାକିସ୍ଥାନରେ ଭିଭୋ ୱାଇ୫୧(୨୦୨୦)କୁ  ଲଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ଇଣ୍ଡୋନେସିଆ ମଡେଲ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି। ଏଥିରେ ୫ହଜାର ଏମ୍‌ଏଚ୍ ବ୍ୟାଟେରୀ ସହିତ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି।
ଭିଭୋ ୱାଇ୫୧(୨୦୨୦)ର ମୂଲ୍ୟ
ଭିଭୋ ୱାଇ୫୧(୨୦୨୦)କୁ  ୧୭ହଜାର ୯୯୦ ଟଙ୍କା ମୂଲ୍ୟରେ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି। ଏହି ମୂଲ୍ୟରେ, ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ଉପଲବ୍ଧ ହେବ। ଫ୍ଲିପକାର୍ଟ, ଆମାଜନ ଏବଂ ଭିଭୋ ଇଣ୍ଡିଆର ଅନଲାଇନ୍ ଷ୍ଟୋରରୁ ଫୋନର ବିକ୍ରି ଆରମ୍ଭ ହୋଇଛି।
ଭିଭୋ ୱାଇ୫୧(୨୦୨୦)ରେ ୬.୫୮ ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଏଲସିଡ଼ି ଡିସପ୍ଲେ ରହିଛି। ଯାହାର ସ୍କ୍ରିନ୍ ରେଜୋଲ୍ୟୁସନ ୧୦୮୦x୨୪୦୮ ପିକ୍ସେଲ ରହିଛି। ଫୋନରେ କ୍ୱାଲାକମ୍ ସ୍ନାପଡ୍ରାଗନ୍ ୬୬୫ ଏସଓସି ସଞ୍ଚାଳକ ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୮ଜିବି ରାମ୍ ସହିତ ୧୨୮ଜିବି ଷ୍ଟୋରେଜ୍ ରହିଛି। ମାଇକ୍ରୋ SD କାର୍ଡ ମାଧ୍ୟମରେ ଏହାକୁ ୧ ଟିବି ପର୍ଯ୍ୟନ୍ତ ବିସ୍ତାର କରାଯାଇପାରିବ।
ଭିଭୋର ଏହି ଫୋନରେ ତିନୋଟି ପଛ କ୍ୟାମେରା ଦିଆଯାଇଛି। ମୁଖ୍ୟ ଲେନ୍ସ ହେଉଛି ୪୮ ମେଗାପିକ୍ସେଲ ଏବଂ ଏହାର ଅଫଚର ହେଉଛି f / ୧.୭୯। ଦ୍ୱିତୀୟ ଲେନ୍ସ ହେଉଛି ୮ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଏବଂ ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ। ଏହି ଫୋନରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories