www.samajalive.in
Saturday, December 6, 2025
23.1 C
Bhubaneswar

ବନ୍ଦ ହେଲା ଗ୍ୟାସ ଲିକ୍‌, ୩ ହଜାରରୁ ଅଧିକ ଲୋକ ଉଦ୍ଧାର

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଆରଆର ଭେଙ୍କଟପୂରମରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା ନିୟନ୍ତ୍ରଣାଧୀନ ହୋଇଛି। ଯେଉଁ ସ୍ଥାନରୁ ଗ୍ୟାସ୍‌ ଲିକ୍‌ ହେଉଥିଲା ସେହି ସ୍ଥାନକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ନୌସେନା, ଏସଡିଆରଏଫ, ଅଗ୍ନିଶମ ଟିମ୍‌ ଏବଂ ଏନଡିଆରଏଫ ପକ୍ଷରୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ୫ହଜାରରୁ ଅଧିକ ଲୋକ ବିଷାକ୍ତ ଗ୍ୟାସ୍‌ ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରଣାଳୟ ଏବଂ ଏନଡିଏମଏ ସହିତ ଗ୍ୟାସ୍‌ ଲିକ୍‌ ସମ୍ପର୍କରେ ଆଲୋଚନା କରିବା ସହିତ ତ୍ଵରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଭୋର ସମୟରୁ ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। କ୍ଷଣିକ ମଧ୍ୟରେ ଗ୍ୟାସ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକେ ହଠାତ୍‌ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏପରି କି ପିଲା ଏବଂ ବୟସ୍କ ଲୋକମାନେ ହଠାତ୍‌ ରାସ୍ତାରେ ଟଳି ପଡ଼ୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଏବଂ ଅଗ୍ନିଶମ ଟିମ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରଶାସନ ପକ୍ଷରୁ ଆଖପାଖର ୫ଟି ଗାଁ ଖାଲି କରାଯିବା ସହିତ ଲୋକ ଘର ଛାଡ଼ି ଅନ୍ୟତ୍ର ପଳାଇବାକୁ କୁହାଯାଇଥିଲା। ଏହି ବିଷାକ୍ତ ଗ୍ୟାସ୍‌ ଯୋଗୁ ଜଣେ ଶିଶୁ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories