www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟ ଜନଜାତି ସଂଗ୍ରହାଳୟକ ଭର୍ଚୁଆଲ ଟୁର୍‌-ଡଙ୍ଗରିଆ କନ୍ଧ ଜନଜାତିଙ୍କ ନିଜସ୍ୱ ଜ୍ଞାନକୌଶଳ ‘ଶ୍ରମ ସମବାୟ’

ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି। ବିଭାଗ ପକ୍ଷରୁ ପ୍ରତି ରବିବାର ଭର୍ଚୁଆଲ ଟୁର୍‌ର ବ୍ୟବ ସ୍ଥା କରାଯାଇଛି । ଦ ଶର୍କ ମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ ú @stscdev, @scstrtiଖୋଲି ଜୁନ୍‌ ୧୩ ତାରିଖ ଦିନ ‘ଶ୍ରମ ସମବାୟ’ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍‌ରେ ବସବାସ କରିଥାନ୍ତି। ସେମାନଙ୍କର ମୁଖ୍ୟ ପେଶା ହେଉଛି ସିଫଟିଙ୍ଗ କଲ୍‌ଟିଭେସନ୍‌, ଖାଦ୍ୟ ପ୍ରକ୍ରିୟାକରଣ, ସପୁରୀ ଚାଷ, ଏମ୍ବ୍ରଡରୀ, ପଥର ଖୋଦେଇ, ପାନିଆ ତିଆରି କରିବା ଇତ୍ୟାଦି। ଧରଣୀପେନୁ ଡଙ୍ଗରିଆମାନଙ୍କର ପରମ ଦେବତା। ପ୍ରତି ଗ୍ରାମ ରାସ୍ତାରେ ଏକ କୁଡ଼ିଆ ‘କୁଡ଼ି’ ମଧ୍ୟରେ ତିନୋଟି ପଥର ପୂଜା ପାଇଥାନ୍ତି। କୋଟେ ବାଲି ପେନୁ ଏକ ଲମ୍ବା ପଥର, ଯାହାକୁ ଡଙ୍ଗରିଆମାନେ ପୂଜା କରିଥାନ୍ତି। ଡଙ୍ଗରିଆ ଜନଜାତିଙ୍କର ମୁଖ୍ୟ ଉତ୍ସବ ହେଉଛି ଘଣ୍ଟ ପରବ, ସାଳଙ୍ଗୀ, ମାଣ୍ଡିଆ ରାଣୀ, ଧାନ ନୂଆଖିଆ ଇତ୍ୟାଦି।

- Advertisement -


ସାମାଜିକ ସମାନତା ଡଙ୍ଗରିଆ କନ୍ଧ ସମାଜର ବିଶେଷତା ଅଟେ। ଜନ୍ମରୁ ସେମାନେ ପାହାଡ଼ ଉପରେ ଶ୍ରମ କରି କୃଷି କରିଥାନ୍ତି। ସେମାନଙ୍କର ଶ୍ରମ ସମବାୟ ଜ୍ଞାତି-ସଂପର୍କକୁ ଉତ୍ସାହିତ କରିଥାଏ। ଆଉ ମଧ୍ୟ ପରିବାରର ଆର୍ଥିକ ଚାପ ହ୍ରାସ କରିଥାଏ। ଏହି ସମବାୟ ଜନଜାତି ସଂପ୍ରଦାୟର ସଦସ୍ୟମାନଙ୍କୁ ମର୍ଯ୍ୟାଦା ଦେଇଥାଏ। ସମବାୟ ମାଧ୍ୟମରେ ପ୍ରାପ୍ତବୟସ୍କ ଝିଅ ଓ ପୁଅମାନେ, ମହିଳା ଓ ବୃଦ୍ଧମାନେ ଗ୍ରାମର ଜମି କିମ୍ବା ବଗିଚାରେ ସମାନ ଭାବରେ ଶ୍ରମ ପ୍ରଦାନ କରିଥା’ନ୍ତି। ଏହି ଚଳଚ୍ଚିତ୍ରରେ ଡଙ୍ଗରିଆ କନ୍ଧମାନଙ୍କର ବିଭିନ୍ନ ପ୍ରକାରର ଶ୍ରମ ସମବାୟ ଉପରେ ଦର୍ଶକମାନେ ଜାଣିପାରିବେ। ଶ୍ରମ ସମବାୟର ଗଠନ ପ୍ରଣାଳୀ, ସଂଗଠନ ଓ କାର୍ଯ୍ୟଧାରା ଉପରେ ଦର୍ଶକମାନେ ମଧ୍ୟ ଦେଖିପାରିବେ। ସମୟ ଅନୁଯାୟୀ ଏହି ସମବାୟଗୁଡ଼ିକର କ୍ରମବିକାଶ ଓ ପରିବର୍ତ୍ତନ ସଂପର୍କରେ ବର୍ଣ୍ଣନା କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories